ଆମେରିକା: ଉଡ଼ାଣ ବେଳେ ହଠାତ୍‌ ଭାଙ୍ଗିଗଲା ବିମାନର କବାଟ, କରାଗଲା ଜରୁରୀ ଅବତରଣ

ଆମେରିକାରେ ଉଡ଼ାଣ ଭରିବାର କିଛି ସମୟ ପରେ ଏକ ଛୋଟ ବିମାନର ପଛ କବାଟ ହଠାତ୍‌ ଭାଙ୍ଗି ପଡ଼ିଥିଲା । ବିମାନଟି ଏୟାରପୋର୍ଟରୁ ଦକ୍ଷିଣରେ କିଛି ଦୂରରେ ଚେକ୍‌ଟୋୱାଗା ଉପରେ ଉଡ଼ାଣ ଭରୁଥିଲା । ଏହି ସମୟରେ ପଛ କବାଟଟି ଭାଙ୍ଗିଯିବାରୁ ବିମାନକୁ ଜରୁରୀ ଅବତରଣ କରାଇବାକୁ ପଡ଼ିଥିଲା ।

ବିମାନରେ ଦୁଇଜଣ ଲୋକ ଥିଲେ । ବିମାନକୁ ବଫେଲୋ ନିୟାଗ୍ରା ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା । ଘଟଣା ସୋମବାର ସନ୍ଧ୍ୟା ସାଢ଼େ ୫ଟାର ବୋଲି କୁହାଯାଉଛି ।

ଏହି ଘଟଣାରେ କୌଣସି କ୍ଷୟକ୍ଷତି କିମ୍ବା କାହାରିକୁ ଆଘାତ ଲାଗିବାର କିଛି ଖବର ନାହିଁ । ବିମାନର କବାଟ ଖୋଜାଖୋଜି କରାଯାଇଥିଲେ ହେଁ ଏହାର ପତ୍ତା ମିଳିପାରି ନାହିଁ ।

ଏହାପୂର୍ବରୁ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା । ଅଲାସ୍କା ଏୟାରଲାଇନ୍ସର ଏକ ବିମାନର ଝରକା ଉଡ଼ାଣ ବେଳେ ହଠାତ୍‌ ୧୬ ହଜାର ଫୁଟ ଉଚ୍ଚରୁ ବାହାର ଯାଇଥିଲା । ଏହାପରେ ବିମାନଟିକୁ ତୁରନ୍ତ ପୋର୍ଟଲ୍ୟାଣ୍ଡରେ ଜରୁରୀ ଅବତରଣ କରାଯାଇଥିଲା । ଏଥିରେ ୧୭୪ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.