ବିଶ୍ୱକର୍ମା ଯୋଜନାର ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହାକୁ ମିଳିବ ଫାଇଦା

୭୭ତମ ସ୍ୱାଧୀନତା ଦିବସ ଅବସରରେ ନୂଆ ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ମୋଦି ବିଶ୍ୱକର୍ମା ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହି ଯୋଜନା ଅଧିନରେ ସହରରେ ଘର କରୁଥିବା ଲୋକଙ୍କୁ ଶସ୍ତାରେ ଋଣ ମିଳିବ ।

ଭାରତ ଆଜି ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଲାଲକିଲ୍ଲାରୁ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଏକ ନୂଆ ଯୋଜନା ଆରମ୍ଭ ଉପରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ୧୫ ହଜାର କୋଟି ଟଙ୍କା ଖର୍ଚ୍ଚରେ ବିଶ୍ୱକର୍ମା ଯୋଜନାର ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧିନରେ ସହରରେ ଘର କରୁଥିବା ଲୋକଙ୍କୁ ଶସ୍ତାରେ ଋଣ ମିଳିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ମାସରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ ବିଶ୍ୱକର୍ମା ଯୋଜନା ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ସରକାର ସାହାଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସହରରେ ଘର କରିବା ପାଇଁ ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ସୁଯୋଗ ଦେଇଛନ୍ତି ମୋଦି । ଏଥିରେ ସୁନା କାରିଗର, କମାର, ବାରିକ, ମୋଚୀ ଭଳି ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଥିପାଇଁ ୧୫ ହଜାର କୋଟିର ବ୍ୟୟ ଅଟକଳ ହୋଇଛି। ଏହି ଯୋଜନା ଜରିଆରେ ଓବିସି ବର୍ଗର ଶ୍ରମିକଙ୍କୁ ସହାୟତା ମିଳିବ ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ୨୦୧୪ ମସିହାରେ ମୁଁ ପରିବର୍ତ୍ତନ ଆଣିବାକୁ ପ୍ରତିଜ୍ଞା କରିଥିଲି। ଦେଶବାସୀ ମୋତେ ବିଶ୍ବାସ କରିଥିଲେ। ମୁଁ ସେ ପ୍ରତିଜ୍ଞାକୁ ବିଶ୍ବାସରେ ବଦଳାଇଛି। ୨୦୧୯ ରେ ଆପଣମାନେ ଆଶୀର୍ବାଦ ଦେଇଥିଲେ। ମୋତେ ପୁନର୍ବାର ସୁଯୋଗ ମିଳିଲା। ମୁଁ ଆଗାମୀ ଅଗଷ୍ଟ ୧୫ରେ ପୁଣି ଏଠାକୁ ଆସିବି। ଆପଣଙ୍କ ସବୁ ସ୍ବପ୍ନ ପୂରା କରିବି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.