କଣ ହୋଇଥାଏ ଭିଟାମିନ୍ P, ଜାଣନ୍ତୁ ଏହା ଶରୀରର ପାଇଁ କେତେ ଜରୁରୀ ହୋଇଥାଏ
ଭିଟାମିନ୍ P ଫ୍ଲାଭୋନାଏଡ୍ ନାମରେ ଜଣାଶୁଣା । ଏହା ପ୍ରକୃତରେ ଭିଟାମିନ୍ ନୁହେଁ ବରଂ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି-ଇନ୍ଫ୍ଲାମୋଟାରି୍ଗୁଣ ଥିବା ଫାଇଟୋନ୍ୟୁଟ୍ରାଏଣ୍ଟ୍ସର ଏକ ବର୍ଗ । ୧୯୩୦ରେ ବୈଜ୍ଞାନିକମାନେ ପ୍ରଥମ ଥର କମଳାରୁ ଫ୍ଲାଭୋନାଏଡ୍ ବାହାର କରିଥିଲେ ।

ମଣିଷ ଶରୀର ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଦରକାର ହୋଇଥାଏ । ଯେପରି ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍ ସମେତ ତତ୍ତ୍ୱ ସାମିଲ ଥାଏ । ଆପଣମାନେ ଭିଟାମିନ୍ A, ଭିଟାମିନ୍ B, ଭିଟାମିନ୍ C, ଭିଟାମିନ୍ D ସହିତ ଆହୁରି ଅନେକ ଭିଟାମିନ୍ ବିଷୟରେ ଜାଣିଥିବେ । ହେଲେ ଆପଣ କଣ ଭିଟାମିନ୍ P ବିଷୟରେ ଜାଣିଛନ୍ତି । ଭିଟାମିନ୍ P ଏକ ପ୍ରକାର ଭିଟାମିନ୍ ହୋଇଥାଏ । ଭିଟାମିନ୍ P ଫ୍ଲାଭୋନାଏଡ୍ ନାମରେ ଜଣାଶୁଣା । ତେବେ ଆସନ୍ତୁ ଜାଣିବା ଭିଟାମିନ୍ P ର ସ୍ୱାସ୍ଥ୍ୟ ପ୍ରତି କଣ ଉପକାରିତା ରହିଛି ।
ଭିଟାମିନ୍ P କଣ ହୋଇଥାଏ :
ଭିଟାମିନ୍ P କୁ ଫ୍ଲାଭୋନାଏଡ୍ କୁହାଯାଏ। ଏହା ପ୍ରକୃତରେ ଭିଟାମିନ୍ ନୁହେଁ ବରଂ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି-ଇନ୍ଫ୍ଲାମୋଟାରିଗୁଣ ଥିବା ଫାଇଟୋନ୍ୟୁଟ୍ରାଏଣ୍ଟ୍ସର ଏକ ବର୍ଗ । ଏହା ସାଧାରଣତ ଉଦ୍ଭିଦ ଭିତ୍ତିକ ପଦାର୍ଥ ଅଟେ ଏବଂ ଏହା ଅନେକ ସ୍ୱାସ୍ଥ୍ୟ ଜନିତ ଲାଭ ସହ ଜଡିତ ରହିଥାଏ ।
ଭିଟାମିନ୍ P ତଥା ଫ୍ଲାଭୋନାଏଡ୍ ଫଳ ଓ ପନିପରିବାକୁ ରଙ୍ଗ କରିବାରେ ବ୍ୟବହାର କରାଯାଏ । ୧୯୩୦ରେ ବୈଜ୍ଞାନିକମାନେ ପ୍ରଥମ ଥର କମଳାରୁ ଫ୍ଲାଭୋନାଏଡ୍ ବାହାର କରିଥିଲେ । ସେହି ସମୟରେ ଏହାକୁ ଭିଟାମିନ୍ ବିବେଚନା କରାଯାଇଥିଲା । ସେଥିପାଇଁ ଏହାର ନାମ ଭିଟାମିନ୍ P ରେ ନାମିତ କରାଯାଇଥିଲା । ହେଲେ ଏବେ ଏହାକୁ ଭିଟାମିନ୍ କୁହାଯାଉ ନାହିଁ ।
ଭିଟାମିନ୍ P ର କଣ ଲାଭ :
. ଭିଟାମିନ୍ P ହାର୍ଟ ଓ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ । ଭିଟାମିନ୍ P ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ୍ ଭାବେ ହୋଇଥାଏ । ଏଥିସହ ହାର୍ଟ ପାଇଁ ମଧ୍ୟ ଭଲ ହୋଇଥାଏ ଏବଂ ହାର୍ଟ ଆଟାକରୁ ମଧ୍ୟ ବଞ୍ଚେଇ ଥାଏ ।
. ଭିଟାମିନ୍ P ଶରୀରରେ ଏକ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରେ । ଯାହା କ୍ଷତିକାରକ ରେଡିକାଲ୍ସକୁ ନିରପେକ୍ଷ କରିବାରେ ସାହାଯ୍ୟ କରିଥାଏ । ଏହା କୋଷକୁ କ୍ଷତି କରିପାରେ ଓ ପ୍ରତିକ୍ଷଣ ପ୍ରଣାଳିକୁ ଦୁର୍ବଳ କରିଥାଏ । କ୍ରିନକ୍ ରୋଗ ମଧ୍ୟ ଏହି କାରଣରୁ ହୋଇପାରେ ।
. ଏହା ଆଣ୍ଟି-ଇକ୍ଫ୍ଲାମେଟୋରୀ ଗୁଣ ଧାରଣ କରିଥାଏ ଯାହା ପ୍ରବାହକୁ କମ୍ କରିଥାଏ । ଆର୍ଥାଇଟିସ୍ ଆଲର୍ଜି ଏବଂ ଆଜମା ଭଳି ଅବସ୍ଥା ସହିତ ଜଡିତ ଲକ୍ଷଣକୁ କମ୍ କରିବାରେ ସାହାଯ୍ୟ କରିଥାଏ ।
. ଭିଟାମିନ୍ P ଚର୍ମ ପାଇଁ ଲାଭଦାୟକ ହୋଇଥାଏ । ଏହା ଭାରିକୋଜ୍ ପରି ସମସ୍ୟାକୁ କମ୍ କରିଥାଏ ।
. ଭିଟାମିନ୍ P ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆଖିର ରକ୍ତ ପ୍ରବାହ ପାଇଁ ଲାଭ ହୋଇଥାଏ । ଏହା ଆପଣଙ୍କ ଦୃଷ୍ଟିଶକ୍ତିକୁ ଠିକ୍ ରଖିଥାଏ ।