Below header

କଚ୍ଚାଥିବୁ ଓ ମିଜୋରାମ ଉଦାହରଣ ଦେଇ କଂଗ୍ରେସକୁ ସମାଲୋଚନା କଲେ ମୋଦି, କହିଲେ ଏହା କେଉଁ ମାଟି ମା’ର ସେବା

ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ସମାଲୋଚନା କରିବା ସହ ଦୋଷାରୋପ କରିଥିଲେ । କଂଗ୍ରେସ ଶାସନ କାଳରେ କିପରି ଦେଶ ସହ ଅନ୍ତର୍ଘାତି କାର୍ଯ୍ୟ କରାଯାଇଛି ତା’ର ଚିଠା ଦେଇଥିଲେ ମୋଦି ।

ନୂଆଦିଲ୍ଲୀ : ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ସମାଲୋଚନା କରିବା ସହ ଦୋଷାରୋପ କରିଥିଲେ । କଂଗ୍ରେସ ଶାସନ କାଳରେ କିପରି ଦେଶ ସହ ଅନ୍ତର୍ଘାତି କାର୍ଯ୍ୟ କରାଯାଇଛି ତା’ର ଚିଠା ଦେଇଥିଲେ ମୋଦି । ପ୍ରଧାନମନ୍ତ୍ରୀ ନେହେରୁଙ୍କ ସମୟରୁ ଇନ୍ଦିରା ଗାନ୍ଧିଙ୍କ ସମୟ ଓ ୟୁପିଏ ସରକାର ସମୟରେ ହୋଇଥିବା ବିଭିନ୍ନ ଦୃଷ୍ଟାନ୍ତର ବାଖ୍ୟା କରିଥିଲେ ।

ଇନ୍ଦିରା ଗାନ୍ଧିଙ୍କ ସମୟରେ ଆରମ୍ଭ ହୋଇଥିବା କଚ୍ଚଥିବୁ ବିଷୟର ଅବତାରଣା କରିଥିଲେ । ଭାରତ ମହାସାଗରରେ କଚ୍ଚାଥିବୁ ଉଭୟ ଦେଶ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଦ୍ୱୀପ । ଏହା ପୂର୍ବରୁ ମଦୁରାଇ ସାମ୍ରାଜ୍ୟର ଏକ ଅଂଶ ଥିଲା । ବ୍ରିଟିଶ ଶାସନ କାଳରେ ଏହା ବ୍ରିଟିଶ ସରକାରଙ୍କ ଅଧୀନରେ ଥବାବେଳେ ସ୍ୱାଧୀନତା ପରେ ଏହା ଭାରତ ଅଧିନକୁ ଆସିଥିଲା ।

ହେଲେ ଏହା ଉପରେ ଶ୍ରୀଲଙ୍କା ମଧ୍ୟ ନିଜର ଅଧିକାର ଦାବି କରି ଆସୁଥିଲା । ଏହାକୁ ନେଇ ବିବାଦ ଥିବା ବେଳେ ୧୯୭୪ ମସିହାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ବୈଠକ ବସିଥିଲା । ସେ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏହାକୁ ଶ୍ରୀଲଙ୍କାକୁ ଦାନ କରିଦେଇଥିଲେ ।

ଯାହାକୁ ନେଇ ଏବେ ବି ବିବାଦ ଲାଗି ରହିଛି । ଏହା କଂଗ୍ରେସର କେଉଁ ପ୍ରକାର ଦେଶ ପ୍ରେମ ବୋଲି ମୋଦି ପ୍ରଶ୍ନ କରିଥିଲେ । ଖାଲି ସେତିକି ନୁହେଁ ମିଜୋରାମର ଉଦାହରଣ ଦେଇ ଏହା କେଉଁ ପ୍ରକାର ମାଟି ମା’ର ସେବା ବୋଲି କଂଗ୍ରେସକୁ କଟାକ୍ଷ କରିଥିଲେ ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.