୨୮ରେ ସଂସଦର ନୂଆ ବିଲ୍‌ଡିଂ ଉଦଘାଟନ କରିବେ ମୋଦି, ତିଆରି ପାଇଁ ଖର୍ଚ୍ଚ ହୋଇଛି ୧୨ଶହ କୋଟି ଟଙ୍କା

ଆସନ୍ତା ୨୮ରେ ଉଦଘାଟନ ହେବ ସଂସଦର ନୂଆ ବିଲ୍ଡିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଢାଞ୍ଚାରେ ତିଆରି ହୋଇଥିବା ବିଲ୍ଡିଂକୁ ଉଦଘାଟନ କରିବେ । ଗତକାଲି ଲୋକସଭା ବାଚସ୍ପତି ଓମ ର୍ବିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ । ଏହି ସମୟରେ ସେ ତାଙ୍କୁ ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବାକୁ ନିମନ୍ତ୍ରଣ କରିଛନ୍ତି ।

ନୂଆଦିଲ୍ଲୀ : ଆସନ୍ତା ୨୮ରେ ଉଦଘାଟନ ହେବ ସଂସଦର ନୂଆ ବିଲ୍ଡିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଢାଞ୍ଚାରେ ତିଆରି ହୋଇଥିବା ବିଲ୍ଡିଂକୁ ଉଦଘାଟନ କରିବେ । ୪ ମହଲା ବିଶିଷ୍ଟ ନୂଆ ବିଲଡିଂକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ମଧ୍ୟରେ ୧୨ ଶହ ୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଦର୍ଶନ କରିବା ପାଇଁ ବିରାଟ ସମ୍ବିଧାନ ହଲ ତିଆରି କରାଯାଇଛି । ଖାଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ରହିଛି ।

ଗତକାଲି ଲୋକସଭା ବାଚସ୍ପତି ଓମ ର୍ବିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ । ଏହି ସମୟରେ ସେ ତାଙ୍କୁ ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବାକୁ ନିମନ୍ତ୍ରଣ କରିଛନ୍ତି । ଟାଟା ପ୍ରୋଜେକ୍ଟ ପକ୍ଷରୁ ନିର୍ମାଣ କରାଯାଇଛି । ନୂଆ ବିଲଡିଂରେ ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର ରହିଛି । ସାଂସଦ, ଭିଆଇପି ଓ ପରିଦର୍ଶକଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ଦ୍ୱାରର ବ୍ୟବସ୍ଥା କରାଯାଇଛି । ନୂଆ ସଂସଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ମସିହା ଡିସେମ୍ବର ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୨ ନଭେମ୍ବର ସୁଦ୍ଧା ଏହାର ନିର୍ମାଣ କାମ ଶେଷ ହେବାର ଥିଲା । କିନ୍ତୁ ଧାର୍ଯ୍ୟ ସମୟରେ ଏହା ଶେଷ ହୋଇ ପାରି ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.