ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ଭେଟିବେ ପିଏମ୍ ମୋଦି
ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ଭେଟିବେ ପିଏମ୍ ମୋଦି । ହିରୋସିମାରେ G7 ସମ୍ମିଳନୀ ଅବସରରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ପରଠୁ ଏହା ଦୁଇ ନେତାଙ୍କ ମଧ୍ୟରେ ହେବ ପ୍ରଥମ ସାକ୍ଷାତକାର । ତ୍ରିରାଷ୍ଟ୍ରୀୟ ଗସ୍ତରେ ବାହାରି ଆଜି ପିଏମ୍ ମୋଦି ଜାପାନ୍ର ହିରୋସିମାରେ ପହଞ୍ଚିଛନ୍ତି ।

G7 ସମ୍ମିଳନୀରେ କ୍ୱାଡ୍ ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ପରସ୍ପରକୁ ଭେଟିବେ। ୧୯ରୁ ୨୧ ତାରିଖ ଯାଏ ଜାପାନରେ ରହିବେ ପ୍ରଧାନମନ୍ତ୍ରୀ। ଜେଲେନ୍ସ୍କି G7 ଶିଖର ସମ୍ମିଳନୀରେ ଯୋଗ ଦେଇପାରନ୍ତି । ଏଥିପାଇଁ ଆସନ୍ତାକାଲି ହିରୋସିମାରେ ପହଞ୍ଚିବେ ଜେଲେନ୍ସ୍କି ।
ଶାନ୍ତି, ସ୍ଥିରତା ଓ ସମୃଦ୍ଧି , ଖାଦ୍ୟ, ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ଭିତ୍ତିଭୂମି ଓ ବିକାଶରେ ସହଭାଗିତା ଉପରେ ସମ୍ମିଳନୀରେ ଆଲୋଚନା ହେବ । ଜାପାନ ଗସ୍ତ ପରେ ପରେ ମେ’ ୨୨ର ପପୁଆ ନ୍ୟୁ ଗିନି ଯିବେ ପ୍ରଧାନମନ୍ତ୍ରୀ । ପପୁଆ ନ୍ୟୁ ଗିନିରୁ ଅଷ୍ଟ୍ରେଲିଆ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ।