ଗୁଗୁଲ ସିଇଓ ପିଚାଇଙ୍କ ଭାରତ ଘରକୁ କିଣିଲେ ଏହି ଅଭିନେତା, ବିକିଲା ବେଳେ ହେଲେ ଭାବପ୍ରବଣ

ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇଙ୍କ ଚେନ୍ନାଇସ୍ଥିତ ପୈତୃକ ଘର ବିକ୍ରି ହୋଇଯାଇଛି। ତାଙ୍କର ଏହି ଘରକୁ କିଣିଛନ୍ତି ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ସି ମାଣିକନନ୍ଦନ। ଏହି ଘରେ ପିଚାଇଙ୍କ ପିଲାଦିନ କଟିଛି। ଏଠାରେ ତାଙ୍କର ଅନେକ ସ୍କୃତି ରହିଛି।

ନୂଆଦିଲ୍ଲୀ: ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇଙ୍କ ଚେନ୍ନାଇସ୍ଥିତ ପୈତୃକ ଘର ବିକ୍ରି ହୋଇଯାଇଛି। ତାଙ୍କର ଏହି ଘରକୁ କିଣିଛନ୍ତି ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ସି ମାଣିକନନ୍ଦନ। ଏହି ଘରେ ପିଚାଇଙ୍କ ପିଲାଦିନ କଟିଛି। ଏଠାରେ ତାଙ୍କର ଅନେକ ସ୍କୃତି ରହିଛି।

ସୁନ୍ଦର ପିଚାଇ ଚେନ୍ନାଇରେ ଜନ୍ମ ହେବା ସହ ସେଠାରେ ବଢ଼ିଥିଲେ ଏବଂ ୧୯୮୯ ରେ ସେ ଚେନ୍ନାଇ ଛାଡିଥିଲେ । ଚେନ୍ନାଇ ଛାଡି ସେ ଆଇଆଇଟି ଖଡଗପୁରର ପାଠ ପଢ଼ୁଥିଲେ । ପିଚାଇଙ୍କୁ ୨୦ ବର୍ଷ ହେବା ଯାଏ ସେ ଏହି ଘରେ ବଢ଼ିଥିଲେ । ତେବେ ଏହି ଘରକୁ କେତେ ଟଙ୍କାରେ ପିଚାଇ ବିକ୍ରି କରିଛନ୍ତି ତାହା ଜଣା ପଡ଼ିନାହିଁ।

ସୁନ୍ଦର ପିଚାଇଙ୍କ ଏହି ଘର ଚେନ୍ନାଇର ଅଶୋକ ନଗରରେ ରହିଛି। ପିଚାଇ ତାମିଲ୍ ଅଭିନେତାଙ୍କୁ ନିଜ ଘରର କାଗଜପତ୍ର ଦେବା ବେଳେ ଖୁବ୍ ଭାବପ୍ରବଣ ହୋଇ ପଡ଼ିଥିଲେ। କାରଣ ଏହା ଥିଲା ପିଚାଇଙ୍କ ପିଲା ଦିନର ସ୍ମୃତି ଓ ତାଙ୍କର ପ୍ରଥମ ସଂପତ୍ତି।

ଗଣମାଧ୍ୟମରେ ନିଜର ମତ ରଖି ମଣିକନନ୍ଦନ କହିଛନ୍ତି, ‘ସୁନ୍ଦର ପିଚାଇ ହେଉଛନ୍ତି ଆମ ଦେଶର ଗୌରବ। ତାଙ୍କ ଘର କିଣିବା ମୋ ପାଇଁ ସୌଭାଗ୍ୟର କଥା।’ ଘରର କାଗଜପତ୍ର ହସ୍ତାନ୍ତର କରିବା ବେଳେ ସୁନ୍ଦରଙ୍କ ବାପା କିଛି ସମୟ ପାଇଁ ଭାଙ୍ଗି ପଡିଥିଲେ ।