ଏକା ସଙ୍ଗରେ ୨୦ ହଜାର ଟଙ୍କା ବଦଳ କରି ହେବ, ଆସନ୍ତା ୨୩ ତାରିଖରୁ ଟଙ୍କା ବଦଳ ଆରମ୍ଭ ହେବ

୨୦୧୬ ରେ ୫ଶହ ଓ ହଜାର ଟଙ୍କା ନୋଟ୍‌ ପ୍ରତ୍ୟାହାର ହେବା ପରେ ନୂଆ ୫ ଶହ ଓ ୨ ହଜାର ଟଙ୍କାର ପ୍ରଚଳନ ଆରମ୍ଭ କରିଥିଲା ଆର୍‌ବିଆଇ। ୨୦୧୮-୧୯ରୁ ଆଉ ୨ ହଜାର ଟଙ୍କା ନୋଟ୍‌ ପ୍ରିଣ୍ଟିଂ ହେଉ ନାହିଁ। ମାର୍ଚ୍ଚ ୨୦୧୭ ପୂର୍ବରୁ ୮୯ ପ୍ରତିଶତ ୨ ହଜାର ଟଙ୍କା ଆର୍‌ବିଆଇ ବଜାରକୁ ଛାଡିଥିଲା।

କେନ୍ୟୁଜ୍(ବ୍ୟୁରୋ): ବଜାରରୁ ହଟିବ ୨ ହଜାର ଟଙ୍କିଆ ନୋଟ୍‌। କିନ୍ତୁ ଏହା ବୈଧ ରହିବ। ୨୦୧୬ ରେ ୫ଶହ ଓ ହଜାର ଟଙ୍କା ନୋଟ୍‌ ପ୍ରତ୍ୟାହାର ହେବା ପରେ ନୂଆ ୫ ଶହ ଓ ୨ ହଜାର ଟଙ୍କାର ପ୍ରଚଳନ ଆରମ୍ଭ କରିଥିଲା ଆର୍‌ବିଆଇ। ୨୦୧୮-୧୯ରୁ ଆଉ ୨ ହଜାର ଟଙ୍କା ନୋଟ୍‌ ପ୍ରିଣ୍ଟିଂ ହେଉ ନାହିଁ। ମାର୍ଚ୍ଚ ୨୦୧୭ ପୂର୍ବରୁ ୮୯ ପ୍ରତିଶତ ୨ ହଜାର ଟଙ୍କା ଆର୍‌ବିଆଇ ବଜାରକୁ ଛାଡିଥିଲା। ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଏହାକୁ ହଟାଯିବ।  ଯେ କୌଣସି ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍‌କୁ ବଦଳ କରି ହେବ। ଏକା ସଙ୍ଗରେ ୨୦ ହଜାର ଟଙ୍କା ବଦଳ କରି ହେବ। ଆସନ୍ତା ୨୩ ତାରିଖରୁ ଟଙ୍କା ବଦଳ ଆରମ୍ଭ ହେବ। ଏହି ପ୍ରକ୍ରିୟା ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ବଜାରକୁ ଆଉ ୨ ହଜାର ଟଙ୍କା ନୋଟ୍‌ ଛଡା ଯିବ ନାହିଁ।

କୋଉଠି କରିବେ ବଦଳି:

ଆପଣ କେଉଁଠି ବଦଳ କରିବେ ୨୦୦୦ ଟଙ୍କା ନୋଟ୍‌? ଯେ କୌଣସି ବ୍ୟାଙ୍କ ଶାଖାକୁ ଯାଇ ଆପଣ ୨ ହଜାର ଟଙ୍କିଆ ନୋଟ୍‌ ଜମା କିମ୍ବା ବଦଳ କରିପାରିବେ। ଆର୍‌ବିଆଇର ୧୯ଟି ଆଞ୍ଚଳିକ ଶାଖାରେ ମଧ୍ୟ ବଦଳ କରି ହେବ । ୨୩ ମେ’ ୨୦୨୩ରୁ ଜମା କିମ୍ବା ବଦଳ କରିପାରିବେ। ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ଜମା କିମ୍ବା ବଦଳ କରି ହେବ। ଟଙ୍କା ଜମା ଓ ବଦଳ ପାଇଁ ୪ ମାସ ସମୟ ଦିଆଯାଇଛି। ଏହି ସମୟ ଭିତରେ ଟଙ୍କା ଜମା କିମ୍ବା ବଦଳ କରିବାକୁ ପଡିବ। ଏ

କ ସଙ୍ଗେ ୨୦ ହଜାର ଟଙ୍କା ସୀମା ପର୍ଯ୍ୟନ୍ତ ବଦଳ କରିହେବ। କିନ୍ତୁ ବ୍ୟାଙ୍କରେ ଜମା କରିବାକୁ ହେଲେ କୌଣସି କଟକଣା ନାହିଁ। ପ୍ରଚଳିତ ନିୟମ ଆଧାରରେ ଟଙ୍କା ଜମା କରି ହେବ। ବିଜନେସ୍‌ କରସପଣ୍ଡେଣ୍ଟ(BC)ଙ୍କ ଜରିଆରେ ମଧ୍ୟ ଟଙ୍କା ଜମା କରିହେବ। BCଙ୍କ ଜରିଆରେ ଦିନକରେ ୪ ହଜାର ଟଙ୍କା ଜମା କରି ହେବ। ଜମା କିମ୍ବା ବଦଳ କରିବାକୁ କୌଣସି ମୂଲ୍ୟ ଦେବାକୁ ପଡିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.