କରୋନା ମୁକାବିଲା ନେଇ ୧୦ ରାଜ୍ୟର ଜିଲ୍ଲାପାଳ ଓ ଫିଲ୍‌ଡ ଅଫିସରଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ(କେ ନ୍ୟୁଜ): କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କଲେ ଆଲୋଚନା। ଓଡ଼ିଶା ସମେତ ୧୦ଟି ରାଜ୍ୟର ଜିଲ୍ଲାପାଳ ଓ ଫିଲ୍‌ଡ ଅଫିସରଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା, ଛତିଶଗଡ଼, ହରିଆଣା, କେରଳ, ମହାରାଷ୍ଟ୍ର, ପୁଡୁଚେରୀ, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । କୋଭିଡ ମୁକାବିଲା ନେଇ ୫୪ ଜଣ ଜିଲ୍ଲାପାଳଙ୍କ ସହ ମୋଦି ଆଲୋଚନା କରିଥିବା ଜଣାଯାଇଛି |

ଜିଲ୍ଲାମାନଙ୍କରେ କରୋନା ସଂକ୍ରମଣର ସ୍ଥିତି ଓ ଏହାର ମୁକାବିଲା ପାଇଁ ଆଲୋନା କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ଅଧିକ କରୋନା ପ୍ରଭାବିତ ୪୬ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଅଧିକ ସଂଖ୍ୟାରେ ଟିକାକରଣ ସଂକ୍ରମଣ ରୋକିବାର ମାଧ୍ୟମ ବୋଲି କହିଥିଲେ ମୋଦି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.