୨୪ ଘଣ୍ଟାରେ ତୃତୀୟ ଘଟଣା! ଗୁଜରାଟରେ ପୋଲିସ କନେଷ୍ଟବଳଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା, ଚାଳକ ଫେରାର

ଗୁଜରାଟର ଆଣନ୍ଦରେ ଜଣେ ପୋଲିସ କନେଷ୍ଟବଳଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ଏହା ହେଉଛି ତୃତୀୟ ଘଟଣା, ଯେଉଁଥିରେ ପୋଲିସକର୍ମୀ କ୍ରୋଧର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ନାଇଟ୍‌ ଡ୍ୟୁଟି ସମୟରେ ଟ୍ରାଫିକ୍‌ ପୋଲିସ କନେଷ୍ଟବଳ ରାଜକିରଣଙ୍କ ସହିତ ଏହି ଘଟଣା ଘଟିଛି। ରାଜକିରଣ ଟ୍ରକ୍‌କୁ ରୋକିବାକୁ ଚେଷ୍ଟା କରୁଥିବା ସମୟରେ ଟ୍ରକ୍‌ ତାଙ୍କୁ ଚଢ଼ାଇ ଦେଇଥିଲା।

ଚିକିତ୍ସା ସମୟରେ ହିଁ ରାଜକିରଣଙ୍କ ମୃତ୍ୟୁ ଘଟିଛି। ତେବେ ଯେଉଁ ଟ୍ରକ୍‌ ତାଙ୍କୁ ଚଢ଼ାଇ ଦେଇଛି, ତାହାର ଆଗ କିମ୍ବା ପଛରେ ନମ୍ବର ପ୍ଲେଟ୍‌ ନାହିଁ। ଏହି ଘଟଣା ପରେ ଟ୍ରକ୍‌ ଚାଳକ ଫେରାର୍‌ ହୋଇ ଯାଇଛନ୍ତି।

ସୂଚନାଥାଉ କି, ପ୍ରଥମେ ହରିୟାଣାରେ ଏମିତି ଘଟଣା ଘଟିଥିଲା। ମଙ୍ଗଳବାର ଜଣେ ଡିଏସ୍‌ପିଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା। ଏହାପରେ ଝାଡ଼ଖଣ୍ଡର ରାଞ୍ଚିରେ ଜଣେ ମହିଳା ପୋଲିସ ଅଧିକାରୀ ହତ୍ୟାର ଶିକାର ହୋଇଥିଲେ। ଚେକିଂ କରୁଥିବା ସମୟରେ ଦୁର୍ବୃତ୍ତମାନେ ମହିଳା ଅଧିକାରୀଙ୍କ ଉପରେ ଗାଡି ଚଢାଇ ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତା ପୋଲିସ ଅଧିକାରୀଙ୍କ ନାମ ସନ୍ଧ୍ୟା ଟୋପନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.