ଜାଡେଜା ବନାମ ଜାଡେଜା, କ୍ରିକେଟର ରବୀନ୍ଦ୍ର ଜାଡ଼େଜାଙ୍କ ପରିବାରରେ ରାଜନୈତିକ ଲଢ଼େଇ

ନୂଆଦିଲ୍ଲୀ : କ୍ରିକେଟର ରବୀନ୍ଦ୍ର ଜାଡ଼େଜାଙ୍କ ପରିବାରରେ ରାଜନୈତିକ ଲଢ଼େଇ । ଗୁଜରାଟ ଜାମନଗର ସିଟ୍ ଉପରେ ପୂରା ଦେଶର ନଜର । ବୋହୂ ବିଜେପି ପ୍ରାର୍ଥୀ, ଶ୍ୱଶୂର ଓ ନଣନ୍ଦ କଂଗ୍ରେସର ପ୍ରଚାରକ । ଜାମନଗର ସିଟ୍ରେ ଲଢ଼ିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ।

ପତ୍ନୀଙ୍କ ପାଇଁ ଭୋଟ ମାଗିଛନ୍ତି ରବୀନ୍ଦ୍ର ଜାଡେଜା । କିନ୍ତୁ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି ରବୀନ୍ଦ୍ରଙ୍କ ବାପା ତଥା ରିଭାବାଙ୍କ ଶ୍ୱଶୂର ଅନିରୁଦ୍ଧ ସିଂ ଓ ନଣନ୍ଦ ନୈନା ଜାଡ଼େଜା। ବୋହୂ ବିପକ୍ଷରେ ଭୋଟ ମାଗିଛନ୍ତି ଶ୍ୱଶୂର । ଆଜି ଭୋଟିଂ ଦିନ ବି ନିଜନିଜର ଦଳ ପାଇଁ ଅପିଲ କରିଥିଲେ ଜାଡେଜା ପରିବାର ।

ପରିବାରକୁ ଦିଭାଗ କରିଛି ରାଜନୀତି । ଖାଇବା ଟେବୁଲ କିନ୍ତୁ ଦିଭାଗ ହୋଇନି। ଇଏ କଂଗ୍ରେସ-ବିଜେପି ଲଢ଼େଇ । ନଣନ୍ଦ-ଭାଉଜ ଲଢ଼େଇ ନୁହେଁ । ପରିବାରକୁ ନେଇ କୌଣସି ସମସ୍ୟା ନାହିଁ ବୋଲି ସମସ୍ତଙ୍କ ମତ। ଅନିରୁଦ୍ଧ କହିଛନ୍ତି କଂଗ୍ରେସ ବିଚାରଧାରାକୁ ସେ ସମର୍ଥନ କରନ୍ତି। ଏହା ରାଜନୈତିକ ପ୍ରସଙ୍ଗ । ପାରବାରିକ ପ୍ରସଙ୍ଗ ନୁହେଁ ।

ନୈନା କହିଛନ୍ତି ମୋ ଭାଇ ଭାଉଜ ଭଲ । ମୁଁ ଭାଉଜଙ୍କୁ ଭଲପାଏ, ବିଜେପିକୁ ନୁହେଁ। ରିଭାବାଙ୍କର ବି ସେହି ମତ । ସେମାନେ ନଣନ୍ଦ ଓ ଶ୍ୱଶୂର ଭାବେ ତାଙ୍କ ବିରୋଧରେ ପ୍ରଚାର କରି ନାହାନ୍ତି । ଅନ୍ୟ ଏକ ଦଳର କର୍ମୀ ଭାବେ ପ୍ରଚାର କରିଛନ୍ତି। ଜାମନଗର ଆସନରେ ଆକସ୍ମିକ ଭାବେ ରିଭାବାଙ୍କୁ ପ୍ରାର୍ଥୀ କରିଥିଲା ବିଜେପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.