କରୋନା ମୁକାବିଲା ନେଇ ଲଞ୍ଚ ହେଲା ପୋର୍ଟେବଲ ହସ୍ପିଟାଲ, ମାତ୍ର ୪ ଘଣ୍ଟା ଭିତରେ ହେଉଛି ପ୍ରସ୍ତୁତ

କରୋନା ମୁକାବିଲା ନେଇ ଏକ ନୂଆ ଉଦ୍ଭାବନ କରିଛନ୍ତି ମାଡ୍ରାସ ସ୍ଥିତ ଆଇଆଇଟି ବା ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ । ମିଳିଥିବା ସୂଚନା ଅନୁଯାୟୀ, ମାଡ୍ରାସ ଆଇଆଇଟି ଓ ଷ୍ଟାର୍ଟ ଅପ ମୋଡ୍ୟୁଲେସନ ହାଉସିଂଗ ମିଳିତ ଭାବେ ଏକ ପୋର୍ଟେବଲ ହସ୍ପିଟାଲ ଡ଼ିଜାଇନ କରିଛନ୍ତି । ଏହାର ବିଶେଷତା ହେଉଛି କି, ଏହାକୁ ମାତ୍ର ଦୁଇ ଜଣ ଲୋକ ମାତ୍ର ୪ ଘଣ୍ଟା ସମୟ ଭିତରେ କେଉଁଠି ବି ପ୍ରସ୍ତୁତ କରିପାରିବେ । କରୋନା ମୁକାବିଲାରେ ଏହି ପୋର୍ଟେବଲ ହସ୍ପିଟାଲ ଏକ ପ୍ରମୁଖ ଭୂମିକା ନିଭେଇ ପାରିବ ବୋଲି ଏହାର ନିର୍ମାତା ମାନେ ଦାବି କରିଛନ୍ତି । ଯେଉଁ ସ୍ଥାନ ମାନଙ୍କରେ ଆଇସୋଲେସନ ସୁବିଧା ଉପଲବ୍ଧ ନାହିଁ, ସେହି ସବୁ ସ୍ଥାନ ମାନଙ୍କରେ ଏହି ପୋର୍ଟେବଲ ହସ୍ପିଟାଲ ମାଧ୍ୟମରେ ସଂକ୍ରମିତ ମାନଙ୍କୁ କୱାରେଣ୍ଟିନରେ ରଖି ସହଜରେ ଚିକିତ୍ସା କରାଯାଇ ପାରିବ ।

portable

ଏହି ପୋର୍ଟେବଲ ହସ୍ପିଟାଲ ବା ମେଡିକ୍ୟାବଟି ସମ୍ପୂର୍ଣ୍ଣ ରୂପେ ଫୋଲଡ଼େବଲ । ଏହି କାରଣରୁ ଏହାକୁ ନବା ଆଣିବା କରିବାରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ କି ଏନେଇ ବିଶେଷ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । ଏହା ମଧ୍ୟରେ ଚାରୋଟି ଜୋନ ଅଛି । ଗୋଟେ ଡାକ୍ତର ରୁମ, ଆଇସୋଲେସନ ରୁମ, ଓ ଏକ ମେଡିକାଲ ରୁମ ୱାର୍ଡ଼ ବି ମହଜୂତ ଅଛି । ଏହାବାଦ ଏହା ମଧ୍ୟରେ ଦୁଇ ବେଡ଼ ବିଶିଷ୍ଟ ଏକ ଆଇସିୟୁର ବି ବ୍ୟବସ୍ଥା ଅଛି । ଏହି ସ୍ୱତନ୍ତ୍ର ହସ୍ପିଟାଲଟିକୁ ପ୍ରଥମ ପର୍ଯ୍ୟାୟରେ କେରଳର ୱାୟାନାଦ ଠାରେ ଲଞ୍ଚ କରାଯାଇଥିବା ବେଳେ ସେଠାରେ ଏହା କିଛି କରୋନା ରୋଗୀଙ୍କ ଚିକିତ୍ସା ମଧ୍ୟ କରାଯାଇଛି ।ଦେଶରେ ସ୍ମାର୍ଟ ହେଲ୍ଥ ଇନ୍ଫ୍ରାଷ୍ଟ୍ରକ୍ଚର ବିକଶିତ କରିବା ଲକ୍ଷରେ ହିଁ ଏହି ମାଇକ୍ରୋ ହସ୍ପିଟାଲଟିକୁ ବିକଶିତ କରାଯାଇଥିବା ନେଇ ଏହାର ନିର୍ମାତା ମାନେ ପ୍ରକାଶ କରିଛନ୍ତି ।

corona_odisha

ଏହାକୁ ଅତି ସହଜରରେ ଦେଶର ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନିଆଯାଇ ପାରିବ । ମାଡ୍ରାସ ଆଇଆଇଆଟି ପକ୍ଷରୁ ଗୁରୁବାର ପ୍ରକାଶ କରାଯାଇଛିକି, କେରଳରେ “ଡେଭଲପମେଣ୍ଟ ହେବିଟାଟ ଫର ହ୍ୟୁମାନୀଟିସ ଟେରବିଲ୍ଲିଗର ସେଣ୍ଟର ଫର ଇନୋଭେସନ ଇନ ସେଳଟର” ଏହାକୁ ଗ୍ରାଣ୍ଟ କରିଛନ୍ତି ।ଅନ୍ୟପକ୍ଷରେ, ଏହି ପ୍ରକଳ୍ପ ଟିରେ ଏକ ମୁଖ୍ୟ ଭୂମିକା ନିଭେଇଥିବା ଶ୍ରୀରାମ ରବିଚନ୍ଦ୍ରନ କହିଛନ୍ତିକି, ଏହି ପାଇଲଟ ପ୍ରଜେକ୍ଟ ଦ୍ୱାରା ଛୋଟ ହସ୍ପିଟାଲର ଆବଶ୍ୟକତାକୁ ସହଜରେ ପୂରଣ କରାଯାଇ ପାରିବ । ବିଶେଷ କରି ଆଧୁନିକ ଚିକିତ୍ସା ସୁବିଧା ପାଇ ପାରୁନଥିବା ଗ୍ରାମବାସୀ ମାନଙ୍କ ପାଇଁ ଏହା ବିଶେଷ ଲାଭଦାୟକ ହୋଇପାରିବ । ଶ୍ରୀରାମଙ୍କ ଅନୁଯାୟୀ, ସହର ମାନଙ୍କରେ ଚିକିତ୍ସା ସୁବିଧା ସହଜରେ ମିଳିପାରୁଥିବା ବେଳେ ଦୂର ଦୁରାନ୍ତରେ ବସବାସ କରୁଥିବା ଗ୍ରାମବାସୀ ମାନେ କିନ୍ତୁ ଏହି ସୁବିଧାରୁ ବଂଚିତ ରୁହନ୍ତି । ଏହି କାରଣରୁ ହିଁ ଅଧିକାଂଶ ରୋଗୀ ପ୍ରାଣ ହରାନ୍ତି । ଏହି ସବୁ ସ୍ଥାନରେ ଏହି ମେଡିକ୍ୟାବ ବିଶେଷ ଲାଭଦାୟକ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.