Below header

୪ ଦିନରେ ୟୁକ୍ରେନ ଦଖଲ କରିବାକୁ ଭାବୁଥିବା ଋଷ୍ ୧୬ ଦିନ ପରେ ବି କିଛି କରିପାରିନି, ଆମେ ହିଁ ଯୁଦ୍ଧରେ ବିଜୟୀ ହେବୁ: ଜେଲେନସ୍କି

ନୂଆଦିଲ୍ଲୀ: ଯୁଦ୍ଧରେ ୟୁକ୍ରେନ ବିଜୟୀ ହେବ ବୋଲି କହିଲେ ରାଷ୍ଟ୍ରପତି ଜେଲେନସ୍କି। ୧୬ ଦିନରେ ଯୁଦ୍ଧ ଉପରେ କହିଲେ ଜେଲେନସ୍କି। ଋଷ ଭାବୁଥିଲା , ୪ ଦିନରେ ୟୁକ୍ରେନ ଦଖଲ କରିବ। ୧୬ ଦିନ ପରେ ବି ଋଷ କିଛି କରିପାରିନି। ପୂରା ବିଶ୍ୱ ୟୁକ୍ରେନ ପରାକ୍ରମ ଦେଖିଲା। ଆମେ ଏହି ଯୁଦ୍ଧରେ ବିଜୟୀ ହେବୁ।

ଏପଟେ ୟୁକ୍ରେନ ସହରରେ ଘନଘନ ଆକ୍ରମଣ । କିଭ୍‌କୁ ଅଗ୍ରସର ହେଉଛି ଋଷ ସେନା । କିଭ୍‌ର ଉତ୍ତର ପଶ୍ଚିମରୁ ଆସିଲା ନୂଆ ସାଟେଲାଇଟ ଫଟୋ । ଆସିଲା କିଭ୍‌ ନିକଟରେ ଥିବା ଏୟାରପୋର୍ଟ ଉପରେ ଆକ୍ରମଣର ଉପଗ୍ରହ ଫଟୋ । ଖାରକିଭ୍‌, ମାରିୟୁପୁଲ ଓ ସୁମି ଉପରେ ବି ଆକ୍ରମଣ ଜାରି । ଖେରସନ ସହରକୁ ସମ୍ପୂର୍ଣ୍ଣ ଦଖଲ କଲା ଋଷ ସେନା । ପୂର୍ବରେ ଭୋଲନୁଭାଖାକୁ ସମ୍ପୂର୍ଣ୍ଣ ଦଖଲ କଲା ଋଷ ସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.