ମୋଦିଙ୍କ ମନ୍ କି ବାତ୍: ଗୋଟିଏ ଦେଶ ଗୋଟିଏ ଟିକସର ସଫଳତା ବଖାଣିଲେ ପ୍ରଧାନମନ୍ତ୍ରୀ

modi-mann-ki-baatନୂଆଦିଲ୍ଲୀ: ଜିଏସଟି ଲାଗୁ ଯୋଗୁଁ ଚେକପୋଷ୍ଟ ହଟିଛି। ଆଉ ଦ୍ରବ୍ୟର ପରିବହନ ଦୃତ ହୋଇଛି । ଏକ ଦେଶ ଏକ ଟିକସ ବ୍ୟବସ୍ଥା ଦିନେ ଦେଶବାସୀଙ୍କର ସ୍ୱପ୍ନ ଥିଲା। ଏବେ ତାହା ବାସ୍ତବ ରୂପ ନେଇଛି। ଆକାଶବାଣୀରେ ମନ କି ବାତରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ଗତ କିଛି ଦିନ ଧରି ମୋଦି ଭିଡିଓ କନଫରେନସିଂରେ ସିଧାସଳଖ ଆଲୋଚନା କରୁଛନ୍ତି । ହିତାଧିକାରୀଙ୍କ ଅଭିଜ୍ଞତାରୁ ବେଶ କିଛି ଶିଖିବାକୁ ପାଇଥିବା କହିଛନ୍ତି।

maan ki baatଜାଲିଆନାୱାଲାବାଗ ଗଣହତ୍ୟାକୁ ୨୦୧୯ରେ ଶହେବର୍ଷ ପୂରୁଛି । ତେବେ ହତ୍ୟା ଦ୍ୱାରା ବିଜୟ ନୁହେଁ ଅହିଂସା, ବଳିଦାନ ଓ ଶାନ୍ତି ମାଧ୍ୟମରେ ବିଜୟ ଲାଭ କରାଯାଏ ବୋଲି କହିଛନ୍ତି ମୋଦି। ଏହି ମନ କି ବାତରେ ସନ୍ଥ କବିର ଦାସ, ଗୁରୁ ନାନକ ଦେବ ଜୀ ଓ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ସ୍ମୃତିଚାରଣ କରିଛନ୍ତି। ସେହିପରି ଆନ୍ତର୍ଜାତୀୟ ଯୋଗ ଦିବସର ମଧ୍ୟ ସେ ଅବତାରଣା କରିଥିଲେ । ଏଥିପାଇଁ ଦେଶବାସୀ ଗର୍ବିତ ବୋଲି ମନ କି ବାତର ୪୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ।