ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ, ଭାରତ ଯୋଡୋ ଯାତ୍ରା ସମୟରେ ଆସିଥିଲା ହାର୍ଟଆଟାକ

ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ ହୋଇଛି । ଆଜି ସକାଳେ ପଞ୍ଜାବର ଫିଲୌର ଠାରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇଥିଲେ। ଏହି ଯାତ୍ରା ସମୟରେ ତାଙ୍କୁ ହୃଦଘାତ ଆସିଥିଲା । ସେଠାରୁ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ତାଙ୍କ ମୃତ୍ୟୁରେ ଭାରତ ଯୋଡୋ ଯାତ୍ରାଙ୍କୁ କିଛିସମୟ ପାଇଁ ବନ୍ଦ କରିଦିଆଯାଇଛି  । ତାଙ୍କ ହୃତଘାତ ଖବର ଶୁଣି ‘ଭାରତ ଯୋଡ଼ୋ ଯାତ୍ରା’ ଛାଡ଼ି ତୁରନ୍ତ ରାହୁଲ ଗାନ୍ଧି ହସପିଟାଲରେ ପହଞ୍ଚିଥିଲେ ।

କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ସହିତ ପଦଯାତ୍ରା କରୁଥିବା ବେଳେ ତାଙ୍କର ହୃଦଘାତ ବଢ଼ି ଯିବାରୁ ହଠାତ୍ ସେ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଲୁଧିଆନାର ଫଗ୍ୱାରାସ୍ଥିତ ବିର୍କ ହସ୍ପିଟାଲ୍କୁ ନିଆଯାଇଥିଲା। ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ କଂଗ୍ରେସ ନେତା ରାଣା ଗୁରୁଜିତ ସିଂ ଏବଂ ବିଜୟ ଇନ୍ଦର ସିଙ୍ଗଲା ସନ୍ତୋଖଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ଦେହାନ୍ତ ଖବର ପାଇ ଶୋକ ବ୍ୟକ୍ତ କରିଛନ୍ତି। ଟ୍ଵିଟ୍‌ କରି ସେ ଲେଖିଛନ୍ତି, ଜଳନ୍ଧରର କଂଗ୍ରେସ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ଅକାଳ ବିୟୋଗ ଯୋଗୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ଅମର ଆତ୍ମାକୁ ଶାନ୍ତି ମିଳୁ । ସନ୍ତୋଖ ପଞ୍ଜାବର ପୂର୍ବ କ୍ୟାବିନେଟର ମନ୍ତ୍ରୀ ତଥା ଜଳନ୍ଧର ଲୋକସଭା ସାଂସଦ ଥିଲେ । ୨୦୧୪ ଏବଂ ୨୦୧୯ରେ ଲୋକସଭା ନିର୍ବାଚନରେ ବିଜୟ ହାସିଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.