କ୍ୟାନସର ସହ ଯୁଝୁଛନ୍ତି ପୁଟିନ, ଖୁବଶୀଘ୍ର ହୋଇପାରେ ମୃତ୍ୟୁ, ୟୁକ୍ରେନ ଗୁଇନ୍ଦା ମୁଖ୍ୟ କ୍ରାଇଲୋ ବୁଡାନୋଭଙ୍କ ଦୃଢକ୍ତି

କେନ୍ୟୁଜ୍‌(ବ୍ୟୁରୋ): ପୁଟିନଙ୍କୁ କ୍ୟାନସର । ଖୁବଶୀଘ୍ର ହୋଇପାରେ ତାଙ୍କର ମୃତ୍ୟୁ । ଏପରି ଦାବି କରିଛନ୍ତି ୟୁକ୍ରେନ ମିଲିଟାରି ଗୁଇନ୍ଦା ମୁଖ୍ୟ କ୍ରାଇଲୋ ବୁଡାନୋଭ । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଏପରି କୁହାଯାଇଛି । ଦୀର୍ଘଦିନ ହେବ କ୍ୟାନସର ସହ ଯୁଝୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । କ୍ୟାନସର ଯୋଗୁଁ ପୁଟିନଙ୍କ ଦେହ ଧିରେ ଧିରେ ଖରାପ ହେବାରେ ଲାଗିଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ବୁଡାନୋଭ କହିଛନ୍ତି ପୁଟିନ ଅସୁସ୍ଥତା ଆଡ଼କୁ ଗତି କରୁଛନ୍ତି । ଏହାସହ ସେ ଏହା ମଧ୍ୟ କହିଛନ୍ତି ପୁଟିନ ଦୀର୍ଘଦିନରୁ ଅସୁସ୍ଥ ରହିଛନ୍ତି । ବହୁତ ଜଲଦି ପୁଟିନଙ୍କ ମୃତ୍ୟୁ ହେବାନେଇ ଆଶା ରଖିଛନ୍ତି ବୁଡାନୋଭ ।

ପୁଟିନ ତାଙ୍କ ମସ୍କୋସ୍ଥିତ ଘରେ ଶିଡ଼ିରୁ ଖସି ପଡ଼ିବା ପରେ ଅଧିକ ଅସୁସ୍ଥ ହୋଇ ପଡ଼ିଛନ୍ତି । ପାଞ୍ଚଟି ପାହାଚ ତଳକୁ ଖସି ପଡିଥିଲେ ପୁଟିନ । ଗୁରୁଣ୍ଡି ଗୁରୁଣ୍ଡି ତଳେ ଆସି ପଡ଼ି ଯାଇଥିଲେ । କହିବାକୁ ମିଳୁଛି କି ପୁଟିନ ଦୁର୍ବଳ ହୋଇ ପଡ଼ିଲେଣି । ପାକସ୍ଥଳୀରେ ହୋଇଥିବା କ୍ୟାନସର ତାଙ୍କୁ ଦୁର୍ବଳ କରି ଦେଇଛି । ଟେବୁଲକୁ ଧରି ଛିଡ଼ା ହେଉଛନ୍ତି ପୁଟିନ । ଏହାସହ ଚେୟାର ସାହାରା ନେଉଛନ୍ତି ସେ । କେବଳ ଯେ ଦୁର୍ବଳ ହୋଇ ପଡିଛନ୍ତି ତାହା ନୁହେଁ ହଜମ ବି କରିପାରୁ ନାହାଁନ୍ତି ସେ ।

ଏହାରି ଭିତରେ ପୁଟିନଙ୍କ ଶରୀରରେ ଅନେକ ଶାରୀରିକ ପରିବର୍ତ୍ତନ ଆସିଛି । କଥା କହିଲା ବେଲେ ଥକି ପଡ଼ୁଛନ୍ତି ପୁଟିନ । ମୁହଁ, ହାତ ଓ ଗୋଡ଼ ସବୁ ଫୁଲିଯାଇଛି । ଏପରିକି ବେଳେବେଳେ ଖନି ମାରିଯାଉଛି ପୁଟିନଙ୍କ ପାଟି । ରାଜନୈତିକ ବିଶେଷଜ୍ଞ ଭାଲେରୀ ସୋଲଭି ଦାବି କରିଛନ୍ତି ଯେ ପୁଟିନ ଗୁଡ଼ାଏ ରୋଗରେ ପୀଡ଼ିତ ଅଛନ୍ତି । ପୁଟିନ ଏକାଥରେ କ୍ୟାନସର, ପାର୍କିନସନ ଓ ସ୍କିଜୋଫେକ୍ଟିଭ ରୋଗରେ ପୀଡ଼ିତ ଅଛନ୍ତି । ଆମେରିକା ଗୁଇନ୍ଦା ସଂସ୍ଥା ନିର୍ଦ୍ଦେଶକ ଓ୍ଵିଲିୟମ ବୁର୍ନ୍ସ କିନ୍ତୁ ପୁଟିନଙ୍କ ସ୍ୱସ୍ଥ୍ୟରେ ଅବନତି ଘଟିଥିବା କଥାକୁ ଅସ୍ୱିକାର କରିଛନ୍ତି ।

ମିଡିଆ ରିପୋର୍ଟରେ କୁହାଯାଇଛି କି ପୁଟିନ ନବବର୍ଷ ଋଷ ବାହାରେ ପାଳନ କରିଥିଲେ । ଉରାଳ ପାହାଡ଼ର ବଙ୍କରରେ ନବବର୍ଷ ପାଳିଥିଲେ ପୁଟିନ । ନିଜ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ସେ ଏଠାକୁ ଚାଲିଯାଇଥିବା ରିପୋର୍ଟରେ କୁହାଯାଉଛି । ଏପଟେ ଋଷ ୟୁକ୍ରେନ ଯୁଦ୍ଧକୁ ୧୧ ମାସ ବିତି ସାରିଥିବା ବେଳେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ଦେଶ ୟୁକ୍ରେନକୁ ଖୋଲା ସମର୍ଥନ କରି ଚାଲିଛନ୍ତି । ଯୁଦ୍ଧ ଯୋଗୁଁ ଉଭୟ ଦେଶର ବ୍ୟାପକ କ୍ଷତି ହୋଇଥିବା ବେଳେ ପୁଟିନ ଦୁଇଦିନ ଅସ୍ତ୍ର ବିରତି ଘୋଷଣା କରିଛନ୍ତି । ଅନ୍ୟପଟେ ପୁଟିନଙ୍କୁ କ୍ଷମତାରୁ ହଟାଇବା ପାଇଁ ଋଷରେ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର । ଏପରି ଦୃଢଦାବି କରିଛନ୍ତି ବୁଡାନୋଭ । ପୁଟିନଙ୍କ ଜାଗା ନେଇ ପାରନ୍ତି ନୂଆ ଋଷିଅ ନେତା । ଖୁବଶ୍ରୀଘ୍ର ପୁଟିନ ଯୁଗର ଅନ୍ତ ଘଟିବ ବୋଲି ଦାବି କରିଛନ୍ତି ବୁଡାନୋଭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.