ଦେଶ ବାହାରେ ବି ରାହୁଲଙ୍କୁ ସମାଲୋଚନା, ଓବାମା ନିଜ ପୁସ୍ତକରେ ଦେଲେ ଏମିତି ଟିପ୍ପଣୀ

ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ନିଜ ଆତ୍ମକଥା “ଏ ପ୍ରମିସଡ଼ ଲ୍ୟାଣ୍ଡ” ରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିଷୟରେ ଲେଖିଛନ୍ତି । ନିଜର ଏହି ପୁସ୍ତକରେ ଓବାମା ଏହି ଯୁବ କଂଗ୍ରେସ ନେତାଙ୍କୁ ନର୍ଭସ ଓ ଅଯୋଗ୍ୟ ନେତା ଭାବରେ ଉଲ୍ଲେଖ କରିଛନ୍ତି । ଏହି କଥା ପଦାକୁ ଆସିବା ପରେ ମୌକାକୁ ହାତଛଡା ନକରି ଭାଜପା ନେତା ମାନେ ବି ଜୁନିଅର ଗାନ୍ଧୀଙ୍କ ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତିକି, ରାହୁଲ ପରି ବେଈଜ୍ଜତର ସାମ୍ନା ଖୁବ କମ ନେତାଙ୍କୁ କରିବାକୁ ପଡିଥାଏ । ସେ ଜଣେ ଏମିତି ନେତା ଯାହାଙ୍କର ବେଈଜ୍ଜତ ବିଦେଶରେ ବି ହେଉଛି । ସେପଟେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବି ରାହୁଲଙ୍କୁ ଟାର୍ଗେଟ କରି ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ।

ରାହୁଲଙ୍କୁ ନେଇ ବାରାକଙ୍କ ଟିପ୍ପଣୀର ପର୍ଦାଫାଶ ହେବା ପରେ ବିଜେପିର ଅନ୍ୟ ଜଣେ ବରିଷ୍ଠ ନେତା ମୁଖତାର ଆବାସ ନଖଭି ଶୁକ୍ରବାର କହିଛନ୍ତିକି, ଯଦି ଜଣେ ନେତାଙ୍କର ଚର୍ଚ୍ଚା ଅନ୍ତରାଷ୍ଟ୍ରୀୟ ସ୍ତରରେ ହୁଏ, ତେବେ ଜାଣି ରଖିବା ଉଚିତ କି ପ୍ରତି ମୁହଁରେ ଯେମିତି କେବଳ ତାଙ୍କରି ନାଁ ରହିଛି । ଆଉ ତାଙ୍କ ବୋକାମୀର ଚର୍ଚ୍ଚା ପୃଥିବୀର କୋଣ ଅନୁକୋଣ ପର୍ଯ୍ୟନ୍ତ ଛାୟୀ ଯାଇଛି ।

ବାରାକ ନିଜ ବହିରେ ଲେଖିଛନ୍ତି କି, ” ରାହୁଲ ଗାନ୍ଧୀ ଜଣେ ଛାତ୍ର ଭାବରେ ତ ନିଜ କୋର୍ସ ଵର୍କ ପୁରା କରିଛନ୍ତି, ଏହା ସହ ନିଜ ଗୁରୁଙ୍କୁ ଆକୃଷ୍ଟ କରିବା ପାଇଁ ପୁରା ଚେଷ୍ଟା କରିଛନ୍ତି କିନ୍ତୁ ତାଙ୍କ ଉତ୍ସୁକତାରେ କିଛିଟା କମ ରହିଛି । ଖାଲି ରାହୁଲ ନୁହନ୍ତି ଓବାମା ମା’ ସୋନିଆ ଗାନ୍ଧୀଙ୍କ ବାବଦରେ ବି ନିଜ ଏହି ବହିରେ ଉଲ୍ଲେଖ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.