ଆମେଠିରୁ ଲଢ଼ିବେ ରାହୁଲ ଗାନ୍ଧି, ରାୟବରେଲିରୁ ନିର୍ବାଚନ ରାଜନୀତିରେ ପ୍ରବେଶ କରିବେ ପ୍ରିୟଙ୍କା

ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆମେଠି ଏବଂ ଓ୍ଵାୟନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରୁ ଲୋକସଭା ନିର୍ବାଚନ ଲଢ଼ିବେ ।

ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆମେଠି ଏବଂ ଓ୍ଵାୟନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରୁ ଲୋକସଭା ନିର୍ବାଚନ ଲଢ଼ିବେ । ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ୨୦୦୪ରେ ଆମେଠିରୁ ହିଁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଯଦିଓ ସେ ଏହି ଆସନରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କଠାରୁ ହାରି ଯାଇଥିଲେ ।

ନିକଟରେ ରାହୁଲ ନିଜ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅଧୀନରେ ଆମେଠି ଯାତ୍ରା କରିଥିଲେ । ଏହି ସମୟରେ କୁହାଯାଉଥିଲା କି, ସେ ଏହି ଆସନରୁ ନିର୍ବାଚନ ଲଢ଼ିପାରନ୍ତି । କହି ରଖୁଛୁ, ଆମେଠିରୁ ରାହୁଲଙ୍କ ଦିବଂଗତ ବାପା ରାଜୀବ ଗାନ୍ଧି, ମା’ ସୋନିଆ ଗାନ୍ଧି ଓ ଦିବଂଗତ ଚାଚା ସଞ୍ଜୟ ଗାନ୍ଧି ସାଂସଦ ରହିଥିଲେ ।

ସେପଟେ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରୁ ନିର୍ବାଚନ ଲଢ଼ିବା ସହିତ ନିର୍ବାଚନୀ ରାଜନୀତିରେ ପଦାର୍ପଣ କରିବାକୁ ଯାଉଛନ୍ତି । ପ୍ରିୟଙ୍କା ଗାନ୍ଧିଙ୍କ ମା’ ସୋନିଆ ଗାନ୍ଧି ଏଠାରୁ ନିର୍ବାଚନ ନ ଲଢ଼ିବା ନେଇ ଘୋଷଣା କରିବା ପରେ ଏହି ଆସନ ଖାଲି ହୋଇଛି ।

ଯେତେବେଳେ କଂଗ୍ରେସ ଏ କଥା ନିଶ୍ଚିତ କରିଥିଲା ଯେ ସୋନିଆ ଗାନ୍ଧି ଆସନ୍ତା ଲୋକସଭା ନିର୍ବାଚନରେ ରାୟବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ, ସେବେଠାରୁ ଗାନ୍ଧି ପରିବାରର ଅନ୍ୟ କେହି ସଦସ୍ୟ ଏହି ଆସନରୁ ତାଙ୍କ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.