ବନ୍ଦେ ଭାରତ ‘ନାରଙ୍ଗୀ’ ହେବା ପଛରେ ରାଜନୀତି ନୁହେଁ, ରହିଛି ଶୁଦ୍ଧ ବିଜ୍ଞାନ; ଜାଣନ୍ତୁ ରେଳମନ୍ତ୍ରୀଙ୍କ ତର୍କ

ଦେଶର ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ 'ବନ୍ଦେ ଭାରତ' ଟ୍ରାକ୍ ଉପରେ ନୀଳ ଏବଂ ନାରଙ୍ଗୀ ରଙ୍ଗରେ ଦୌଡ଼ୁଛି। ଭାରତର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ୩୪ ଯୋଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚାଲୁଛି।

ଦେଶର ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ‘ବନ୍ଦେ ଭାରତ’ ଟ୍ରାକ୍ ଉପରେ ନୀଳ ଏବଂ ନାରଙ୍ଗୀ ରଙ୍ଗରେ ଦୌଡ଼ୁଛି। ଭାରତର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ୩୪ ଯୋଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚାଲୁଛି। ସେପଟେ ବନ୍ଦେ ଭାରତକୁ ନେଇ ରାଜନୀତି ମଧ୍ୟ ଚାଲିଛି। ନାରଙ୍ଗୀ ବା କମଳା ରଙ୍ଗର ବନ୍ଦେ ଭାରତ ଟ୍ରେନ୍‌କୁ ସରକାରଙ୍କ ଏଜେଣ୍ଡା ବୋଲି କୁହାଯାଉଥିବା ବେଳେ ଏବେ କେନ୍ଦ୍ର ରେଳମନ୍ତ୍ରୀ ଏ ନେଇ ଉତ୍ତର ରଖିଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭରତ ନାରଙ୍ଗୀ ହେବା ପଛରେ ଶୁଦ୍ଧ ବୈଜ୍ଞାନିକ ତର୍କ ଦେଇଛନ୍ତି। ଏହାସହିତ ସେ କହିଛନ୍ତି ଯେ ଏଥିରେ କୌଣସି ରାଜନୀତି ନାହିଁ, ଏହା ସମ୍ପୂର୍ଣ୍ଣ ରୂପେ ବୈଜ୍ଞାନିକ ତର୍କ।

ରେଳମନ୍ତ୍ରୀ କହିଛନ୍ତି ଯେ ବିଜ୍ଞାନ ମୁତାବକ, ମଣିଷର ଆଖି ଦୁଇଟି ରଙ୍ଗକୁ ଅତି ସହଜରେ ଦେଖିପାରେ। ତାହା ହେଉଛି, ହଳଦିଆ ଏବଂ କମଳା। ଏହି କାରଣରୁ ୟୁରୋପରେ ପାଖାପାଖି ୮୦ ପ୍ରତିଶତରୁ ଅଧିକ ଟ୍ରେନ୍ କମଳା କିମ୍ବା ହଳଦିଆ ରଙ୍ଗର ହୋଇଥାଏ।

ଏହି ଦୁଇଟି ରଙ୍ଗ ବ୍ୟତୀତ ସିଲ୍‌ଭର ଭଳି କିଛି ରଙ୍ଗ ମଧ୍ୟ ଅଛି, ଯାହା ହଳଦିଆ ଏବଂ କମଳା ଭଳି ଚମକିଥାଏ। କିନ୍ତୁ ଯଦି ଆମ ଆଖି ବିଷୟରେ କଥା ହେବା, ତେବେ ଏହି ଦୁଇଟି ରଙ୍ଗ ଆଖି ପାଇଁ ସବୁଠାରୁ ଭଲ ବୋଲି ବିବେଚନା କରାଯାଏ।

ରେଳମନ୍ତ୍ରୀ ଆହୁରି କହିଛନ୍ତି, ଏହି କାରଣରୁ ବିମାନ ଏବଂ ପାଣି ଜାହାଜର ବ୍ଲାକ୍‌ ବକ୍ସ ନାରଙ୍ଗୀ ରଙ୍ଗର ହୋଇଥାଏ। ଏପରି କି, NDRF ଦ୍ୱାରା ବ୍ୟବହୃତ ଉଦ୍ଧାର ଡଙ୍ଗା, ଲାଇଫ୍ ଜ୍ୟାକେଟ୍ ଭଳି ଜିନିଷ ମଧ୍ୟ କମଳା ରଙ୍ଗର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.