ବାତ୍ୟା ତାଉ-ତେ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା, ମୁମ୍ବାଇ ସହ ମହାରାଷ୍ଟ୍ରର ପଶ୍ଚିମ ଉପକୂଳରେ ପ୍ରବଳ ବର୍ଷା ଜାରି

ନୂଆଦିଲ୍ଲୀ : ତାଉ- ତେ ପ୍ରଭାବରେ ମୁମ୍ବାଇ ସହ ମହାରାଷ୍ଟ୍ରର ପଶ୍ଚିମ ଉପକୂଳରେ ପ୍ରବଳ ବର୍ଷା ଜାରି। ଥାନେ, ରାଇଗଡ଼, ପାଲଘର ଓ କୋଙ୍କଣ ଅଞ୍ଚଳରେ ମୂଷଳଧାରରେ ବର୍ଷା। ମଧ୍ୟରାତ୍ରିରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ସମୟ ବଢିବା ସହ ବର୍ଷାର ପରିମାଣ ମଧ୍ୟ ବଢିଛି। ମୁମ୍ବାଇରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଅଶାନ୍ତ ରହିଛି। ପାଗ ପ୍ରତିକୂଳ ଥିବାରୁ ମୁମ୍ବାଇ ବିମାନ ବନ୍ଦର ଓ ବାନ୍ଦ୍ରା- ୱର୍ଲି ସି-ଲିଙ୍କକୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ବନ୍ଦ ରଖିଯାଇଛି। ମୁମ୍ବାଇର ୨୪ଟି ସ୍ଥାନରେ ଅସ୍ଥାୟୀ ସେଲ୍‌ଟର ନିର୍ମାଣ କରାଯାଇ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ତିନିଟି ଏନଡିଆର୍‌ଏଫ ଟିମ୍‌କୁ ଆଲର୍ଟ ରଖାଯାଇଛି। କୋଭିଡ ସମୟରେ ବାତ୍ୟା ଦ୍ୱାରା ଯେପରି ରୋଗୀଙ୍କୁ ଚିକିତ୍ସାରେ ଅସୁବିଧା ନହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଗୋଆ ଓ ମହାରାଷ୍ଟ୍ର ଦେଇ ବାତ୍ୟା ଅତିକ୍ରମ କରିବା ବେଳେ ପ୍ରବଳ ତାଣ୍ଡବ ରଚିଛି । ମହାରାଷ୍ଟ୍ରରେ ଏବେ ୭୦ରୁ ୮୦ କିଲୋମିଟର ବେଗରେ ପବନ ହେଉଥିବା ବେଳେ ବର୍ଷା ଜାରି ରହିଛି । ପ୍ରବଳ ବେଗରେ ପବନ ଓ ବର୍ଷା ହେବାରୁ ବହୁ କ୍ଷୟକ୍ଷତି ଘଟାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.