ଦୁଇ ଦଶନ୍ଧି ଧରି ଜେଲରେ ନଳିନୀ, ରାଜୀବ ଗାନ୍ଧି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ଦଣ୍ଡାଦେଶ ଉପରେ ଦେଶବାସୀଙ୍କ ନଜର

ରାଜୀବ ଗାନ୍ଧି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଉପରେ ଥିଲା ଦେଶବାସୀଙ୍କ ନଜର। ଦୁଇ ଦଶନ୍ଧି ଧରି ଜେଲ ରହିବା ଓ ରାଜକ୍ଷମା ଆବେଦନ କରି ଅଭିଯୁକ୍ତମାନେ ଏବେବି ତାମିଲନାଡୁର ଭେଲୋର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ୧୯୯୧ରେ ହତ୍ୟା ମାମଲାର ଅଭିଯୁକ୍ତ ନଳିନୀ ଶ୍ରୀଧରନ ଦେଶର ସବୁଠାରୁ ଅଧିକ ସମୟ ଜେଲରେ ଥିବା କଏଦୀ। ରାଜୀବ ଗାନ୍ଧି ହତ୍ୟା ମାମଲାରେ ୧୯୯୮ରେ ୨୬ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ସ୍ୱତନ୍ତ୍ର ଟାଡା କୋର୍ଟ। ତେବେ ୧୯୯୯ରେ ସୁପ୍ରିମ କୋର୍ଟ ହତ୍ୟାର ମୁଖ୍ୟ ଅଭିଯୁକ୍ତ ମୁରୁଗନ, ସନ୍ଥନ, ପେରାରିଭାଲନ ଓ ନଳିନୀଙ୍କ ଫାଶୀ ଦଣ୍ଡାଦେଶ କାଏମ ରଖି ଅନ୍ୟ ୨୨ଜଣଙ୍କୁ ଆଜୀବନ କାରାଦଣ୍ଡକୁ ବଦଲାଇଥିଲେ। ୨୦୦୦ରେ ତାମିଲନାଡୁ ରାଜ୍ୟପାଳ ଓ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କ୍ରମେ ନଳିନୀଙ୍କ ଫାଶୀଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରିଥିଲେ। ଅନ୍ୟ ତିନିଜଣଙ୍କ ରାଜକ୍ଷମା ଆବେଦନକୁ ୨୦୧୧ରେ ରାଷ୍ଟ୍ରପତି ଅଗ୍ରାହ୍ୟ କରିଦେଇଥିଲେ। ୨୦୧୧ ସେପ୍ଟେମ୍ବରରେ ତିନିଜଣଙ୍କୁ ଫାଶୀ ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ମାଡ୍ରାସ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ମାମଲାକୁ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରିଥିଲେ। ନ୍ୟାୟ ପ୍ରଦାନରେ ବିଳମ୍ବ ନେଇ ୨୦୧୪ରେ ସୁପ୍ରିମ କୋର୍ଟ ଫାଶୀଦଣ୍ଡାଦେଶକୁ ବଦଳାଇ ଦେଇଥିଲେ। ଏହାସହ ଅଭିଯୁକ୍ତଙ୍କୁ ମୁକୁଳାଇବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର କିନ୍ତୁ ଅଭିଯୁକ୍ତଙ୍କ ଫାଶୀଦଣ୍ଡାଦେଶ ସପକ୍ଷରେ ଯୁକ୍ତି ବାଢିଥିଲେ। ୨୦୧୭ରେ ନଳିନୀ ଓ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ନେଇ କେନ୍ଦ୍ରର ଆବେଦନକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ୨୦୧୯ରେ ମାଡ୍ରାସ ହାଇକୋର୍ଟ ନଳିନୀଙ୍କୁ ୩୦ଦିନିଆ ପାରୋଲ ପ୍ରଦାନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.