ଆତଙ୍କୀଙ୍କ ଟାର୍ଗେଟରେ ସୁରକ୍ଷା କର୍ମୀ ! ଶ୍ରୀ ନଗରର ଭିତରେ ଓ ବାହାରେ ଜାରି ହେଲା ରେଡ ଆଲର୍ଟ

ଆତଙ୍କୀଙ୍କ ଟାର୍ଗେଟରେ ପୁଣି ଥରେ ସୁରକ୍ଷା କର୍ମୀ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀମାନେ ସେଠାରେ ରହୁଥିବା ଆତଙ୍କବାଦୀ ମାନେ ସୁରକ୍ଷା ବଳଙ୍କ ଗାଡିକୁ ଧ୍ୱସ୍ତ କରିଦେବାକୁ ଯୋଜନା କରୁଛନ୍ତି । ଏଥର ଷ୍ଟିକୀ ବମ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି । ଏହି କାରଣରୁ ଶ୍ରୀ ନଗରର ଭିତରେ ଓ ବାହାରେ ରେଡ ଆଲର୍ଟ ଜାରି କରାଯାଇଛି । ତଥା ସୁରକ୍ଷା କର୍ମୀ ମାନଙ୍କୁ ଅଧିକ ସତର୍କ ରହିବାକୁ ସତର୍କ କରାଯାଇଛି । ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହି ଆଲର୍ଟକୁ ଏ ପ୍ଲସ ଗ୍ରେଡିଙ୍ଗ ଦିଆଯାଇଛି । ଯେବେକି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶ୍ରୀନଗର ଅଧିବାସୀ ମାନଙ୍କୁ ଅଧିକ ସଜାଗ ରହିବାକୁ ଆଲର୍ଟ ଜାରି କରାଯାଇଛି । ସେମାନଙ୍କ ଲକ୍ଷରେ ବାଟମାଲୁ ଅଂଚଳ ରହିଛି । ଅନ୍ୟ ଦୃଷ୍ଟିରୁ ଦେଖିଲେ ଏହି ଷ୍ଟିକୀ ବମ ଏତେ ଛୋଟ ଯେ ଏହାର ପ୍ରଭାବ ଏତେଟା ନଥାଏ । ଗୁଇନ୍ଦା ପକ୍ଷରୁ ସୂଚନା ମିଳିବା ପରେ ସମସ୍ତ ବରିଷ୍ଠ ଅଧିକାରୀ, ଡ୍ରାଇଭର , ସହ ଚାଲକ ତଥା ଅନ୍ୟାନ ଶ୍ରମିକ ମାନଙ୍କୁ ଅଧିକ ସତର୍କ ରହିବା ପାଇଁ ସୂଚିତ କରାଯାଇଛି । ଏହା ସହ ସୁରକ୍ଷା ବଳ ଓ ନିବାସୀ ମାନଙ୍କୁ ଅତି ଆବଶ୍ୟକ ନଥିଲେ ଵଟମାଲୁ ଅଂଚଳକୁ ନଯିବାପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଗିରଫ ହେଲେ ଲସ୍କର ଏ ତୋଇବାର ଦୁଇ ଆତଙ୍କବାଦୀ:

ଶ୍ରୀନଗର ପୋଲିସ ପକ୍ଷରୁ ଆଜି ସକାଳେ ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଏବାର ଦୁଇ ସ୍ଥାନୀୟ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏହା ସହ ସେମାନଙ୍କ ଠାରୁ ୧୫ଟି ପିସ୍ତଲ, ୩୦
ଟି ମ୍ୟାଜିଜିନ, ୩୦୦ ରାଉଣ୍ଡର ସମେତ ଗୋଟିଏ ସ୍ୱୈଲେନ୍ସର ସମେତ ଅନ୍ୟାନ ଆପତ୍ତିଜନକ ସାମଗ୍ରୀ, ହାତ ହତିଆର, ଗୋଳା ବାରୂଦ ଆଦି ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.