Below header

ଲାଉଡସ୍ପିକର ହଟାଅ ନଚେତ ମସଜିଦ ଆଗରେ ବଜାଇବୁ ହନୁମାନ ଚାଳିଶା, ରାଜ ଠାକରେ ଦେଲେ ଏମିତି ଧମକ

ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ମସଜିଦରେ ଲାଉଡସ୍ପିକର ବଜାଇବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମସଜିଦରେ ଲାଉଡସ୍ପିକର ବନ୍ଦ କରିବା ପାଇଁ ଏକ ରାଲି ମଧ୍ୟ କରିଥିଲେ।

ରାଜ ଠାକରେ ଶିବାଜୀ ପାର୍କରେ ଏକ ରାଲିରେ କହିଛନ୍ତି ଯେ, ମସଜିଦରେ ଲାଉଡ ସ୍ପିକର ଏତେ ଜୋରରେ କାହିଁକି ବଜା ଜାଇଥାଏ ? ଯଦି ଏହାକୁ ବନ୍ଦ କରାନଯାଏ ତେବେ ମସଜିଦ ବାହାରେ ହନୁମାନ ଚାଳିଶା ସ୍ପିକରରେ ଅଧିକ ସାଉଣ୍ଡ ଦେଇ ବଜାଯିବ । ସେ କହିଛନ୍ତି, ମୁଁ ପ୍ରାର୍ଥନା କିମ୍ବା କୌଣସି ନିର୍ଦ୍ଦିଷ୍ଟ ଧର୍ମର ବିରୋଧୀ ନୁହେଁ । ମୁଁ ମୋର ଧର୍ମ ପାଇଁ ଗର୍ବିତ ଅନୁଭବ କରେ ।

ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ) ମୁଖ୍ୟ ମଧ୍ୟ ଏନଏସପି ମୁଖ୍ୟ ଶରଦ ପାୱାରଙ୍କୁ ସମାଲୋଚନା କରିଛନ୍ତି ଏବଂ ବିଭିନ୍ନ ସମୟରେ ଜାତି ପ୍ରସଙ୍ଗ ଉଠାଇବା ଏବଂ ସମାଜକୁ ବିଭାଜନ କରିବା ନେଇ ତାଙ୍କ ଉପରେ ଅଭିଯୋଗ କରିଛନ୍ତି ।

ରାଜ ଠାକରେ ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ତାଙ୍କ ସମ୍ପର୍କୀୟ ଭାଇ ଉଦ୍ଧବ ଠାକରେଙ୍କ ଉପରେ କଟାକ୍ଷ କରିଛନ୍ତି, ଯାହାର ଦଳ ଶିବସେନା ୨୦୧୯ ରେ ମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ବିଜେପି ସହ ଅଲଗା ହୋଇଯାଇଥିଲା । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହୁଥିଲେଦେବେନ୍ଦ୍ର ଫଡନାଭିସ୍ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଉଦ୍ଧବ ଠାକରେ ମଞ୍ଚରେ ଉପସ୍ଥିତ ଥିଲେ ମଧ୍ୟ ସେ ଏ ବିଷୟରେ କିଛି ବି କହିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.