ରାସ୍ତା ଉପରେ ବର୍ବରତା, ପିଟି ପିଟି ମାରି ଦେଲେ ଅବସରପ୍ରାପ୍ତ ପୋଲିସ୍ କର୍ମଚାରୀଙ୍କୁ

ଆହ୍ଲାବାଦ : ବର୍ବରତାର ଶେଷ ସୀମାରେ ପହଞ୍ଚିଥିଲେ ତିନି ଜଣ ଯୁବକ । ଜଣେ ଅବସରପ୍ରାପ୍ତ ପୋଲିସ୍ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ଘଟା ଘଟିଛି ଆହ୍ଲାବାଦରେ । ସୋମବାର ସକାଳେ ଅବସର ପ୍ରାପ୍ତ ସବଇନିସପେକ୍ଟର ଅବଦୁଲ ସାମଦ ଖାନ୍ ତାଙ୍କ ସାଇକେଲରେ ଯାଉଥିବା ବେଳେ ନାଲି ସାର୍ଟ ପିନ୍ଧା ଜଣେ ଯୁବକ ଆସି ତାଙ୍କୁ ପିଟିବା ଆରମ୍ଭ କରିଦେଲା । ୭୦ ବର୍ଷ ବୟସ୍କ ଅବଦୁଲ ତଳେ ପଡ଼ିଯିବା ପରେ ଆଉ ଦୁଇଜଣ ଆସି ତାଙ୍କୁ ଆକ୍ରମଣ କରିଥିଲା ।

ତିନି ଜଣ ଯାକ ମିଶି ଆଖି ବୁଜି ପିଟି ଚାଲିଥିଲେ । ଅବଦୁଲ ସ୍ଥିର ହୋଇଗଲା ପରେ ସେମାନେ ଛାଡ଼ି ପଳାଇଥିଲେ । ତେବେ ଏହି ଘଟଣା ଘଟିବା ବେଳେ ସେଠାରେ ଲୋକଙ୍କ ଚଳପ୍ରଚଳ ଥିଲା । ହେଲେ କେହିବି ଅବଦୁଲଙ୍କୁ ରକ୍ଷା କରିବାକୁ ଆଗେଇ ଆସିନଥିଲେ । ଏହି ଘଟଣା ସେଠାରେ ଥିବା ସିସିଟିଭିରେ କଏଦ ହୋଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମ୍‌ତ୍ୟୁ ଘଟିଥିଲା । ଏବେ ପୋଲିସ୍ ଘଟଣାର ତଦନ୍ତ କରୁଛି ।


video cutesy : Hindustan Times

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.