ବିଶ୍ୱକପ୍‌ ଫାଇନାଲ୍‌ ଫିଭର୍‌: ବେଙ୍ଗାଲୁରୁରୁ ଅହମଦାବାଦ ୱାନ୍ ୱେ ଉଡ଼ାଣ ପାଇଁ ଟିକେଟ୍‌ ଦାମ୍‌ ୩୩,୦୦୦ ଟଙ୍କା

ଆରମ୍ଭ ହୋଇଗଲାଣି ବିଶ୍ୱକପ୍‌ କ୍ରିକେଟ୍ ଫାଇନାଲ ଫିଭର୍। ଫାଇନାଲ ମ୍ୟାଚ୍ ପାଇଁ ବିମାନ ଟିକେଟ୍‌ର ମୂଲ୍ୟ ବଢ଼ିଛି। ଯେଉଁ ୱାନ୍ ୱେ ଟିକେଟ୍ ୫ ହଜାର ଟଙ୍କା ଥିଲା, ତାହା ଏବେ ୩୦ ହଜାରରୁ ଅଧିକ ଟଙ୍କା ହୋଇଛି।

ଆରମ୍ଭ ହୋଇଗଲାଣି ବିଶ୍ୱକପ୍‌ ଫାଇନାଲ ଫିଭର୍। ଯଦି ଆପଣ ନଭେମ୍ବର ୧୯ରେ ଅହମଦାବାଦରେ କ୍ରିକେଟ୍‌ ଫାଇନାଲ୍‌ ଦେଖିବା ପାଇଁ ଟିକେଟ୍‌ ବୁକ୍‌ କରିନାହାନ୍ତି, ତା’ ହେଲେ ଆପଣଙ୍କୁ ଆକାଶଛୁଆଁ ଦାମ୍‌ରେ ଟିକେଟ୍‌ କିଣିବାକୁ ପଡ଼ିପାରେ। ଫାଇନାଲ ମ୍ୟାଚ୍ ପାଇଁ ବିମାନ ଟିକେଟ୍‌ର ମୂଲ୍ୟ ବଢ଼ିଛି। ଯେଉଁ ୱାନ୍ ୱେ ଟିକେଟ୍ ୫ ହଜାର ଟଙ୍କା ଥିଲା, ତାହା ଏବେ ୩୦ ହଜାରରୁ ଅଧିକ ଟଙ୍କା ହୋଇଛି। ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ୍‌ ଫାଇନାଲ ମ୍ୟାଚ।

ଗ୍ରାଉଣ୍ଡରେ ମ୍ୟାଚ ଦେଖିବାକୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଛି। ତେଣୁ ବିମାନ ଟିକେଟର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଗୁରୁବାର ସନ୍ଧ୍ୟାରେ ଯେଉଁ ଟିକେଟ୍‌ର ଦାମ୍‌ ବେଙ୍ଗାଲୁରୁରୁ ଅହମଦାବାଦ ୫ ହଜାର ୭୦୦ ଟଙ୍କା ଥିଲା, ତାହା ବର୍ତ୍ତମାନ ୩୩ ହଜାର ଟଙ୍କା ହୋଇଛି।

ଶନିବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିମାନର ଟିକେଟ୍ ଭଡ଼ା ଏହିପରି ରହିଛି। ସର୍ବାଧିକ ଭଡା ଇଣ୍ଡିଗୋ ବିମାନର ଥିବା ବେଳେ ନୂଆ କରି ବିମାନ ସେବା ଯୋଗାଉଥିବା ଆକାଶ ଏୟାରଲାଇନ୍ସର ଭଡା ରହିଛି ୨୮ ହଜାର ୭୭୮ ଟଙ୍କା।

ଭାରତରେ କ୍ରିକେଟ୍ ପ୍ରତି ଜୋଶ୍‌ ଏତେ ମାତ୍ରାରେ ବଢ଼ିଯାଇଛି ଯେ ମ୍ୟାଚ୍ ଦିନ ଅର୍ଥାତ୍ ରବିବାର ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA)ରୁ ଅହମଦାବାଦ ଅଭିମୁଖେ ସକାଳ ଯାତ୍ରା ୩୦,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ୍‌ ମ୍ୟାଚ୍ ଅପରାହ୍ନ ୨ଟାରୁ ଆରମ୍ଭ ହେବ। ବେଙ୍ଗାଲୁରୁର କିଛି ପ୍ରଶଂସକ ମୁମ୍ବାଇରେ ଏକ ଷ୍ଟପ୍ ଓଭର ସହିତ ଉଡ଼ାଣ ନେବାକୁ ମଧ୍ୟ ଯୋଜନା କରୁଛନ୍ତି। ରିପୋର୍ଟ ମୁତାବକ, ଏଥିପାଇଁ ମଧ୍ୟ ୱାନ୍ ୱେ ଭଡା ୧୬,୦୦୦ ଟଙ୍କାରୁ ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.