ହାଇରିସ୍କ ଦେଶରୁ ଆସୁଥିଲେ ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ ବାଧ୍ୟତାମୂଳକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରିକଲା ନୂଆ ଗାଇଡ୍‌ଲାଇନ୍‌

କେନ୍ୟୁଜ୍(ବ୍ୟୁରୋ):ଭାରତରେ ହାଇରିସ୍କ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଛି ନୂଆ କୋଭିଡ ଗାଇଡ୍‌ଲାଇନ୍‌ । ହାଇରିସ୍କ ଦେଶ ବର୍ଗରେ ଥିବା ଚୀନ୍‌, ସିଙ୍ଗାପୁର, ହଂକଂ, କୋରିଆ, ଥାଇଲାଣ୍ଡ ଓ ଜାପାନ ଦେଶରୁ ଆସୁଥିଲେ ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ ବାଧ୍ୟ । ‘ଏୟାରସୁବିଧା’ ପୋର୍ଟାଲରେ ଯାତ୍ରୀ ତଥ୍ୟ ଅପ୍‌ଲୋଡ୍‌ କରିବେ । ଏ ନେଇ ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଅତିରିକ୍ତ ସଚିବ ଲବ ଅଗ୍ରଓ୍ଵାଲ ।

ସେହିପରି ଚୀନ୍‌ ଫେରନ୍ତା ଯାତ୍ରୀଙ୍କ ଉପରେ କଟକଣା ବଢାଇବାରେ ଲାଗିଛନ୍ତି ବିଭିନ୍ନ ଦେଶ । ୧୨ରୁ ଅଧିକ ଦେଶ କଟକଣା ଲଗାଇଲେଣି । ଚୀନ୍‌ରୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ୍‌ ନେଗେଟିଭ୍‌ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରିଛି ଅଷ୍ଟ୍ରେଲିଆ । ପୂର୍ବରୁ ଭାରତ, ଆମେରିକା, ବ୍ରିଟେନ, ଫ୍ରାନ୍‌ସ ସମେତ ୧୦ରୁ ଅଧିକ ଦେଶ ଏହି କଟକଣା ଲଗାଇଛନ୍ତି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.