ଏବେ ଚାଲିଛି ୟୁକ୍ରେନ୍-ରୁଷିଆ ଭିତରେ ତୃତୀୟ ପର୍ଯ୍ୟାୟ ଆଲୋଚନା

୧-ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଟେଲିଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୨- ଯୁଦ୍ଧ ବନ୍ଦ ନେଇ ରୁଷିଆ-ୟୁକ୍ରେନ୍ ମଧ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଆଲୋଚନା ଚାଲିଛି ।
୩-ଯୁଦ୍ଧ ପରିସ୍ଥିତିକୁ ନେଇ ଗୁରୁବାର ଦିନ ରୁଷିଆ, ୟୁକ୍ରେନ୍ ଓ ତୁର୍କୀ ମନ୍ତ୍ରୀଙ୍କ ଭିତରେ ଆଲୋଚନା ହେବ ।
୪-ତା ବିରୋଧରେ ବିଷୋଦଗାର କରିଥିବା ଦେଶଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କଲା ରୁଷିଆ। ସେଗୁଡ଼ିକ ହେଲା ଅଷ୍ଟ୍ରେଲିଆ, କାନାଡ଼ା, ଇ.ୟୁ, ଆଇସଲାଣ୍ଡ, ଜାପାନ, ମୋନାକୋ, ମଣ୍ଟେନିଗ୍ରୋ, ନ୍ୟୁଜିଲାଣ୍ଡ, ନରେଓ୍ଵ, ତାଇଓ୍ଵାନ, ସାନ୍ମାରିନୋ, ସିଙ୍ଗାପୁର, ଦକ୍ଷିଣ କୋରିଆ, ସ୍ୱିଜରଲାଣ୍ଡ, ୟୁକ୍ରେନ୍, ଆମେରିକା ଓ ବ୍ରିଟେନ୍ ।
୫-ରୁଷିଆ ସୈନ୍ୟଙ୍କ ଆକ୍ରମଣରେ କିଭ୍ ବିମାନ ବନ୍ଦର ନିକଟରେ ରହୁଥିବା ଗୋସ୍ତୋମେଲର ମେୟରଙ୍କର ମୃତ୍ୟୁ ଘଟିଛି ।
୬-ଚୀନ୍ କହିଲା ରୁଷିଆ ସହିତ ଆମର ବନ୍ଧୁତ୍ୱ ଅତୁଟ ରହିଛି । ରୁଷିଆ ଓ ୟୁକ୍ରେନ୍ ଭିତରେ ମଧ୍ୟସ୍ଥତା କରିବାକୁ ମଧ୍ୟ ଚୀନ୍ ରାଜି ବୋଲି କହିଛି ।
୭-ରୁଷିଆକୁ ପ୍ରତିରୋଧ କରିବାର ୟୁକ୍ରେନ୍ର ଇଚ୍ଛାଶକ୍ତିକୁ ମୋଦି ପ୍ରଶଂସା କରିଥିବା ଜିଲେନସ୍କି ସୂଚନା ଦେଲେ । ମୋଦିଙ୍କ ସହ ଟେଲିଫୋନ୍ ବାର୍ତ୍ତା ବେଳେ ଭାରତୀୟମାନଙ୍କୁ ସ୍ୱଦେଶ ଫେରିବାରେ ୟୁକ୍ରେନ୍ବାସୀ ସହାୟତା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିବା ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ।
୮-ମୋଦି ପ୍ରାୟ ୫୦ ମିନିଟ୍ ଧରି ରୁଷିଆ ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଟେଲିଫୋନ୍ରେ ଆଲୋଚନା କରିଛନ୍ତି । ଏହି ସମୟରେ ସେ ପୁଟିନ୍ଙ୍କୁ ଜିଲେନସ୍କିଙ୍କ ସହ ସିଧାସଳଖ କଥା ହେବାକୁ ପରାମର୍ଶ ଦେଇଛନ୍ତି ।
୯-ଜାତିସଂଘର ସର୍ବୋଚ୍ଚ କୋର୍ଟରେ ଆଜି ରୁଷିଆର ଯୁଦ୍ଧ ଅପରାଧ ମାମଲାର ଶୁଣାଣି ଥିଲା । ଏହାକୁ ରୁଷିଆ ବର୍ଜନ କରିଛି ।
୧୦-ଆମେରିକା କହିଛି ଯଦି ଏ ଯୁଦ୍ଧରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କର ମୃତ୍ୟୁ ହୁଏ ତେବେ ଆମ ପାଖରେ ଏକ ବିଧିବଦ୍ଧ ପ୍ଲାନ୍ ରହିଛି।