ଲୁଟ୍‌ ଘଟଣାର ପର୍ଦ୍ଦାଫାସ କଲା ସମ୍ବଲପୁର ପୋଲିସ, ୫ ଜଣକୁ କଲା ଗିରଫ

କେନ୍ୟୁଜ୍(ବ୍ୟୁରୋ): ଲୁଟ୍‌ ଘଟଣାର ପର୍ଦ୍ଦାଫାସ। ସମ୍ବଲପୁର ପୋଲିସ ଏହି ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିଛି। ଜାନୁଆରୀ ୩୧ ତାରିଖରେ ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି ଅଞ୍ଚଳରେ ହୋଇଥିଲା ଟଙ୍କା ଲୁଟ୍‌। ଜଣେ ଆଇନଜୀବିଙ୍କ ଘର ସମ୍ମୁଖରୁ ଦୁଇ ଜଣ ଦୁର୍ବୃତ୍ତ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଏହି ଘଟଣାର ପୋଲିସ ତଦନ୍ତ କରି ପୂର୍ବରୁ ୪ଲକ୍ଷ ଟଙ୍କା ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିଲା।

ସ୍ୱତନ୍ତ୍ର ସ୍କ୍ଵାଡ ଗଂଜାମ ଜ଼ିଲ୍ଳାରେ ରହି ଅପରାଧୀମାନଙ୍କୁ ଟ୍ରାକ୍‌ କରିଥିଲେ । ଆଜି ଏହି ଘଟଣାରେ ସଂପୃକ୍ତ ଅନ୍ୟ ୫ ଜଣକୁ ଗିରଫ କରିବା ସହ ୮ଲକ୍ଷ ଟଙ୍କା ଜବତ କରିଥିଲା ସ୍ୱତନ୍ତ୍ର ସ୍କ୍ଵାଡ। ଏହି ଅପରାଧୀମାନଙ୍କ ନାଁରେ ଗଞ୍ଜାମ ଜ଼ିଲ୍ଳାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.