ଭାରତ ଆସିପାରନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ! ଜି-20 ସମ୍ମିଳନୀରେ ଦେବେ ଯୋଗ

ଭାରତ ଆସିପାରନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନ୍‌ ଜି-20 ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଆସନ୍ତା ସେପଟେମ୍ବର ମାସରେ ଭାରତରେ ଜି-20 ସମ୍ମିଳନୀ ଆୟୋଜିତ ହେବ ।

ଭାରତ ଆସିପାରନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଭଳି କିଛି କଳ୍ପନା ଜଳ୍ପନା ଚାଲିଛି ପୁଟିନଙ୍କ ଗସ୍ତକୁ ନେଇ । ୟୁକ୍ରେନ୍‌ ସହ ଯୁଦ୍ଧ ଯୋଗୁଁ ଏବେ ସାରା ବିଶ୍ୱର ନଜରରେ ଥିବା ପୁଟିନ୍‌ ଜି-20 ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଆସନ୍ତା ସେପଟେମ୍ବର ମାସରେ ଭାରତରେ ଜି-20 ସମ୍ମିଳନୀ ଆୟୋଜିତ ହେବ । ପୁଟିନ୍‌ଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ନିକଟତମ ବ୍ୟକ୍ତିଙ୍କ ସୂତ୍ରରୁ ଜଣାପଡ଼ିଛି, ରୁଷ୍‌ ରାଷ୍ଟ୍ରପତି ଭାରତ ଆସିବାର ସମ୍ଭାବନା ରହିଛି ! ଯଦିଓ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ ତେବେ ଏ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ଅବଶ୍ୟ ଭାରତ ଗସ୍ତ ସମ୍ପର୍କରେ ହୋଇଥିବା ଆଲୋଚନାକୁ ଗୁପ୍ତ ରଖା ଯାଇଛି ।

ସୂଚନା ଥାଉ କି, ୟୁକ୍ରେନ୍‌ ଉପରେ ଆକ୍ରମଣ ଯୋଗୁଁ ରୁଷିଆକୁ ଆମେରିକା ସମେତ ବିଶ୍ୱର ଅନେକ ଦେଶ ବାରଣ କରିଛନ୍ତି । ଯାହାଫଳରେ ଇଣ୍ଡୋନେସିଆ ଜି-20 ସମ୍ମିଳନୀରେ ପୁଟିନ୍‌ ଯୋଗ ଦେଇନଥିଲେ । ତେବେ ଭାରତ ପକ୍ଷରୁ ଆଗାମୀ ସମ୍ମିଳନୀ ପାଇଁ କ୍ରେମଲିନ୍‌ଙ୍କୁ ନିମନ୍ତ୍ରଣ କରାଯାଇଛି । ଯାହାକୁ ରୁଷିଆ ଗ୍ରହଣ ମଧ୍ୟ କରିଛି । ତେଣୁ ଭାରତ ସହ ଥିବା ଉତ୍ତମ ସମ୍ପର୍କ ଦୃଷ୍ଟିରୁ ପୁଟିନ୍‌ ଭାରତ ଗସ୍ତରେ ଆସି ପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.