ସ୍ପୁଟନିକ ଭି ଟିକା ତିଆରି କରିଥିବା ରୁଷ ବୈଜ୍ଞାନିକଙ୍କୁ ହତ୍ୟା, ଜଣେ ଗିରଫ

ରୁଷ ବୈଜ୍ଞାନିକ ଆନ୍ଦ୍ରେ ବୋତିକୋଭଙ୍କୁ ହତ୍ୟା । ସ୍ପୁଟନିକ ଭି ଟିକା ତିଆରି କରିଥିବା ବୈଜ୍ଞାନିକଙ୍କୁ ବେଲ୍ଟରେ ତଣ୍ଟି ଚିପି ହତ୍ୟା କରାଯାଇଛି ବୋଲି ସନ୍ଦିଗ୍ଦ ଗିରଫ ବ୍ୟକ୍ତି ସ୍ୱୀକାର କରିଛି ।

ରୁଷର କୋଭିଡ -୧୯ ଟିକା ସ୍ପୁଟନିକ ଭି ତିଆରି କରିଥିବା ରୁଷ ବୈଜ୍ଞାନିକ ଆନ୍ଦ୍ରେ ବୋତିକୋଭଙ୍କୁ ହତ୍ୟା କରାଯାଇଛି । ରୁବାର ମସ୍କୋରେ ଥିବା ତାଙ୍କ ଘରୁ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ବେଲ୍ଟରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ରୁଷ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି। ଏହି ମାମଲାରେ ସନ୍ଦିଗ୍ଧ କରାଯାଇ ଜଣକୁ ଗିରଫ କରାଯାଇଛି । ୪୭ ବର୍ଷୀୟ ଆନ୍ଦ୍ରେ ଗାମାଲେୟା ନ୍ୟାସ୍ନାଲ୍ ରିସର୍ଚ ସେଣ୍ଟର୍ ଫର୍ ଇକୋଲୋଜି ଆଣ୍ଡ୍ ମ୍ୟାଥମେଟିକ୍ସିରେ ବରିଷ୍ଠ ଗବେଷକ ଭାବେ କାର୍ଯ୍ୟ କରୁଥିଲେ ।

ବୋତିକୋଭ ୨୦୨୦ରେ ସ୍ପୁଟନିକ ଭି ଟିକା ପ୍ରସ୍ତୁତ କରିଥିବା ୧୮ ଜଣ ବୈଜ୍ଞାନିକଙ୍କ ମଧ୍ୟରେ ସାମିଲ ରହିଥିଲେ । ତେବେ ବୋତିକୋଭଙ୍କ ବେଲ୍ଟରେ ତଣ୍ଟି ଚିପି ହତ୍ୟା କରିବା ପରେ ଦୁବୃର୍ତ୍ତ ଫେରାର ହୋଇଯାଇଥିଲା । ଆନ୍ଦ୍ରେ ବୋତିକୋଭଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଫେଡେରାଲ ଅନୁସନ୍ଧାନକାରୀ ସଂସ୍ଥା ଏକ ବିବୃତ୍ତିରେ କହିଛି। ବୋତିକୋଭଙ୍କ ସହ ଯୁକ୍ତିତର୍କ ଘଟି ତାଙ୍କ ଗଳାରେ ବେଲଟ୍ ବାନ୍ଧି ଅଭିଯୁକ୍ତ ହତ୍ୟା କରିଥିବା ପୋଲିସ କହିଛି। ତେବେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛି । ଆଉ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିଛି । ଅଭିଯୁକ ନାମ ଆଲେକ୍ସି ଜେଡ। ପୂର୍ବରୁ ଅନେକ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ କାଟିଛନ୍ତି । ଆନ୍ଦ୍ରେ ବୋତିକୋଭଙ୍କ ମୃତ୍ୟୁକୁ ନେଇ ହତ୍ୟା ଅପରାଧ ଦିଗରେ ତଦନ୍ତ କରାଯାଉଛି।

କୋଭିଡ୍ ଟିକା ଉପରେ କାର୍ଯ୍ୟ ନିମନ୍ତେ ୨୦୨୧ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ତାଙ୍କୁ ‘ଅର୍ଡର୍ ଅଫ୍ ମେରିଟ୍ ଫର୍ ଦି ଫାଦର୍ଲାଣ୍ଡ୍’ ପୁରସ୍କାର ଦେଇ ସମ୍ମାନିତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.