ସଲ୍ମାନ୍ ଖାନ୍ ଓ ତାଙ୍କ ବାପା ସଲିମ୍ ଖାନଙ୍କୁ ହତ୍ୟା ଧମକ, ଜୀବନରୁ ମାରି ଦେବାକୁ ଚିଠି
କେନ୍ୟୁଜ୍(ବ୍ୟୁରୋ): ଭାଇଜାନ୍ଙ୍କୁ ହତ୍ୟା ଧମକ୍ । ସଲ୍ମାନ୍ ଖାନ୍ ଓ ତାଙ୍କ ବାପା ସଲିମ୍ ଖାନଙ୍କୁ ହତ୍ୟା ପାଇଁ ଆସିଛି ଧମକ ପୂର୍ଣ୍ଣ ଚିଠି । ଜଣେ ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ପଠାଯାଇଥିବା ଚିଠିରେ ଜୀବନରୁ ମାରି ଦେବାକୁ ଧମକ୍ ଆସିଛି । ଏହି ଚିଠିରେ ଲେଖା ଅଛି ତୁମହାରା ମୁସେଓ୍ଵାଲା କର ଦେଙ୍ଗେ ।
ଅର୍ଥାତ୍ ସିଦ୍ଧୁ ମୁସେୱାଲା ଭଳି ଅବସ୍ଥା କରିବାକୁ ଧମକ ମିଳିଛି । ଆଜି ସକାଳେ ସଲିମ୍ ଖାନଙ୍କ ବଡିଗାର୍ଡ ଏହି ଚିଠି ପାଇଥିଲେ । ଏନେଇ ମୁମ୍ବାଇ ବାନ୍ଦ୍ରା ପୋଲିସ ମାମଲା ରୁଜୁ କରିଛି । ଖୋଳତାଡ ଚଳାଇଛି ପୋଲିସ । ଯେଉଁଠି ଚିଠି ମିଳିଥିଲା ସେଇଠି ସବୁଦିନ ସକାଳ ମର୍ଣ୍ଣିଂ ଓ୍ଵାକ୍ ପରେ କିଛି ସମୟ ବସନ୍ତି ସଲିମ୍ ଖାନ୍ । ତେବେ କିଏ ଓ କାହିଁକି ସେମାନଙ୍କୁ ହତ୍ୟା ଧମକ ଦେଇଛି ଜଣା ପଡ଼ିନି ।