ମୋହନାରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୨୨ ଆହତ ଓ ୮ ଗୁରୁତର
ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାହାଡ଼ା ପଦା ଓ ବିଜିପୁର ଗ୍ରାମ ରେ ଜମି ବିବାଦ କୁ ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷ ରେ ଦୁଇ ଗ୍ରାମର ୨୨ ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି । ସେଥିରୁ ବିଜିପୁର ଗ୍ରାମ ର ୧୨ ଜଣ ଥିବା ବେଳେ ବାହାଡ଼ାପଦା ଗ୍ରାମର ୧୦ ଜଣ ବ୍ୟକ୍ତି ଅଛନ୍ତି। ଆହତ ମାନଙ୍କ ମଧ୍ୟରୁ ମଧ୍ୟରୁ ୮ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ଗୁରୁତର ଆହତ ମାନେ ହେଲେ ବିଜିପୁର ଗ୍ରାମର ଯିବିନା ବୀର, ଅନ୍ତୁରି ଲିମା, ମାଥ୍ୟୁ ବୀର, ସୃଷ୍ଟି ବୀର, ସିରିଏଲ ସିଂ,ବାହାଡାପଦା ଗ୍ରାମର ଶ୍ରୀମତୀ ଗୌଡ଼, ତାରିଣୀ ଦଲାଇ ଏବଂ କନ୍ଧୁଣି ମହାଙ୍କୁଡ। ସୂଚନା ଯୋଗ୍ୟ ଯେ ଚନ୍ଦ୍ରଗିରି ମୌଜା ର ବାହାଡାପଦା ଗ୍ରାମର ଏକ ଗୋଚର ଜମିକୁ ନେଇ ବିଜିପୁର ଏବଂ ବାହାଡାପଦା ଗ୍ରାମ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା ଏହାକୁ ନେଇ ଉଭୟ ଗ୍ରାମ ଥାନା ର ଦ୍ୱାରସ୍ତ ହେବା ସହ ଜ଼ିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ତେଵେ ରବିବାର ଅପରାହ୍ନ ୨ ଟା ସମୟରେ ବାହାଡାପଦା ଗ୍ରାମବାସୀ ନିଜ ଗ୍ରାମର ଉକ୍ତ ଗୋଚର ଜମି କୁ ସଫା କରୁଥିବା ବେଳେ ବିଜିପୁର ଗ୍ରାମବାସୀ ଆସି ଏହାକୁ ବିରୋଧ କରିଥିଲେ ।
ଫଳରେ ଉଭୟ ଗ୍ରାମ ମଧ୍ୟରେ ସଂଘର୍ଷ ହୋଇଥିଲା ସଂଘର୍ଷ ଏଭଳି ଥିଲା କି ଉଭୟ ପକ୍ଷ ପରସ୍ପର କୁ ଟାଙ୍ଗିଆ, କାତି ଏବଂ କାଠ ଫାଳିଆ ରେ ଆକ୍ରମଣ କରିଥିଲେ । ଖବର ପାଇ ମୋହନା ପୋଲିସ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।