ଆଉ ନାହାନ୍ତି ସାଉଦି ଆରବର ଚର୍ଚ୍ଚିତ ୟୁଟ୍ୟୁବର ‘ଛୋଟେ ଶେଖ୍’; ଜିଉଁଥିଲେ ବିଳାସପୂର୍ଣ୍ଣ ଜୀବନ
ଆଉ ନାହାନ୍ତି ସାଉଦି ଆରବର ଚର୍ଚ୍ଚିତ ୟୁଟ୍ୟୁବର ‘ଛୋଟେ ଶେଖ୍’। ସାଉଦି ଆରବ ଓ ୟୁଏଇରେ ‘ଛୋଟେ ଶେଖ୍’ ନାଁରେ ବେଶ୍ ପ୍ରସିଦ୍ଧ ଥିଲେ ୨୭ ବର୍ଷୀୟ ଅଜିଜ୍ ଅଲ୍ ଅହମଦ। ଏବେ ଅଜିଜ୍ଙ୍କ ମୃତ୍ୟୁ ସମ୍ପର୍କିତ ଖବର ତାଙ୍କ ସାଙ୍ଗ ୟାଜାନ୍ ଅଲ ଅସ୍ମାର ଦେଇଛନ୍ତି। ଗୁରୁବାର ୧୯ ଜାନୁୟାରୀରେ ଅଜିଜ୍ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଅଜିଜ୍ ଫ୍ୟାନ୍ମାନଙ୍କୁ ଶେଷ ଥର ପାଇଁ କହିଥିଲେ କି, ‘ମୁଁ ସମସ୍ତଙ୍କୁ ବହୁତ ଭଲ ପାଏ’। ୧୯୯୫ରେ ରିୟାଦରେ ଜନ୍ମ ହୋଇଥିଲେ ଅଜିଜ୍। ପିଲାଦିନରୁ ହିଁ ସେ ହର୍ମୋନାଲ ଡିସ୍ଅର୍ଡରରେ ପୀଡ଼ିତ ଥିଲେ। ଛୋଟେ ଶେଖ୍ ଯେଉଁଭଳି ଜୀବନ ଜିଉଁଥିଲେ, ତାହା କୌଣସି ନଓ୍ଵାବଙ୍କଠାରୁ କମ୍ ନ ଥିଲା।
ଟିକ୍ଟକରେ ବହୁତ ଫେମସ୍ ଥିଲେ ଅଜିଜ୍ ଅହମଦ। ଏଥିରେ ତାଙ୍କର ପାଖାପାଖି ୯୪ ଲକ୍ଷ ଫଲୋୟର୍ସ ରହିଛନ୍ତି। ୟୁଟ୍ୟୁବରେ ବି ସାଉଦି ଆରବର ଛୋଟେ ଶେଖ୍ଙ୍କ ଜଲ୍ଓ୍ଵା ଦେଖିବାକୁ ମିଳୁଥିଲା। ଏଥିରେ ତାଙ୍କର ୯ ଲକ୍ଷ ସବ୍ସକ୍ରାଇବର ରହିଛନ୍ତି। ଇନ୍ଷ୍ଟାଗ୍ରାମ ରିଲ୍ସରେ ଦେଖା ଯାଉଥିଲା ଶେଖ୍ଙ୍କ ରୟାଲ ଲାଇଫ୍। ବଡ଼ ବଡ଼ ଗାଡ଼ିରେ ସେ ପ୍ରାୟତଃ ନଜର ଆସୁଥିଲେ।
ଏବେ ଛୋଟେ ଶେଖ୍ଙ୍କ ମୃତ୍ୟୁରେ ତାଙ୍କ ପ୍ରଶଂସକମାନେ ବହୁତ ଦୁଃଖି ହୋଇଯାଇଛନ୍ତି। ସୋସିଆଲ ମିଡିଆ ଜରିଆରେ ସେମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।