Below header

ବରିଷ୍ଠ ନାଗରିକଙ୍କ ପେନ୍‌ସନ୍‌ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ବରିଷ୍ଠ ନାଗରିକଙ୍କ ପେନସନ୍‌ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ । କେନ୍ଦ୍ର୍ର ଆଇନ୍‌ ମନ୍ତ୍ରୀ ଅଶ୍ୱିନୀ କୁମାର ଏବଂ ଆଇନ୍‌ଜୀବୀ ସଞ୍ଜୀବ ପାଣିଗ୍ରାହୀଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ପେନ୍‌ସନ୍‌ର ପରିମାଣ ନିର୍ଦ୍ଦିଷ୍ଟ ଭାବେ କେତେ ହେବ ସେ ସମ୍ପର୍କରେ ଧାର୍ଯ୍ୟ କରିବାକୁ ମନା କରି ଦେଇଛନ୍ତି ।

SCଏହା ସହିତ ପ୍ରତି ଜିଲ୍ଲାରେ ବୃଦ୍ଧାଶ୍ରମ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶରେ କହିଛନ୍ତି ସୁପ୍ରିମ୍‌ କୋର୍ଟ । ଜଷ୍ଟିସ୍‌ ମଦନ ମି. ଲୋକୁର, ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଦେଶରେ ବରିଷ୍ଠ ନାଗରିକଙ୍କୁ ନେଇ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ । ବର୍ତ୍ତମାନ ଇନ୍ଦିରା ଗାନ୍ଧୀ ନେସନାଲ ଓଲଡ୍‌ ଏଜ୍‌ ପେନସନ୍‌ ସ୍କିମ୍‌ରେ ୬୦ରୁ ୭୯ ବର୍ଷ ବୟସର ବରିଷ୍ଠ ନାଗରିକମାନଙ୍କୁ ମାସିକ ଭତ୍ତା ଭାବେ ୨୦୦ ଟଙ୍କା ଏବଂ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ପ୍ରଦାନ କରାଯାଉଛି । କିଛି ରାଜ୍ୟରେ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଅଧିକ ଭତ୍ତା ବ୍ୟବସ୍ଥା କରିଛନ୍ତି ।

କୋର୍ଟ କହିଛନ୍ତି, ବରିଷ୍ଠ ନିଗରିକଙ୍କ ସ୍ୱାର୍ଥର ସୁରକ୍ଷା ଏକ ବଡ଼ ଦାୟିତ୍ୱ । ବିଶେଷ କରି ବୃଦ୍ଧାଶ୍ରମରେ ରହୁଥିବା ଏଭଳି ବୟସ୍କ ଲୋକଙ୍କ ପାଖରେ ଚଳିବାକୁ ଆଦୌ ଅର୍ଥ ନଥାଏ । ତେଣୁ ସେମାନଙ୍କ ମାସିକ ଚଳିବା ଭଳି ପେନସନ୍‌ ବ୍ୟବସ୍ଥା କରାଯିବା ଦରକାର । ୨୦୧୧ ସୁଦ୍ଧା ଦେଶରେ ୧୦ କୋଟି ୩୮ ଲକ୍ଷ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକ ଥିଲେ । ୨୦୨୧ ସୁଦ୍ଧା ଏହି ସଂଖ୍ୟା ୧୪ କୋଟି ୩ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.