‘ସ୍କୁଲରେ ପିଲାଙ୍କୁ ତାଗିଦ୍‌ କରିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ’, ଶିକ୍ଷକ ବିରୋଧରେ ଆସିଥିବା ମାମଲାକୁ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ

ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତାଗିଦ୍‌ କରିବା ଅପରାଧ ନୁହେଁ। ଶିକ୍ଷକଙ୍କ ତାଗିଦ୍‌ ଯୋଗୁଁ ଛାତ୍ର ଆତ୍ମହତ୍ୟା କଲେ IPCର ଧାରା ୩୦୬ ଲାଗୁ ହେବନି। ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଏସ ଅବଦୁଲ ନାଜିର ଓ ଜଷ୍ଟିସ କ୍ରିଷ୍ଣ ମୁରାରୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଦେଇଛନ୍ତି।

ସୁପ୍ରିମ୍‌କୋର୍ଟ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ଶିକ୍ଷକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଛାତ୍ରଛାତ୍ରୀ ଯଦି ଶ୍ରେଣୀରେ ପାଠ ନ ପଢ଼ିବେ, ସ୍କୁଲରେ ଉପସ୍ଥିତ ନ ରହିବେ ତେବେ ଶିକ୍ଷକ ଗାଳି ଦେବା କୌଣସି ବଡ଼ କଥା ନୁହେଁ। ରାଜସ୍ଥାନର ଜଣେ ଛାତ୍ର ଶିକ୍ଷକଙ୍କ ନିର୍ଯାତନା ଯୋଗୁ ଆତ୍ମହତ୍ୟା କରିଥିବା ନେଇ ହୋଇଥିବା ମାମଲାର ବିଚାର କରିବା ଅବସରରେ କୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି।

ରିପୋର୍ଟ ମୁତାବକ, ରାଜସ୍ଥାନରେ ଜଣେ ନବମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଥିଲେ। କ୍ରୀଡ଼ା ଶିକ୍ଷକଙ୍କ ନିର୍ଯାତନା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ରାଜସ୍ଥାନ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। କ୍ରୀଡ଼ା ଶିକ୍ଷକଙ୍କ ବିରୋଧରେ ହୋଇଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.