DRDO ତଥ୍ୟ ଲିକ୍‌ ଘଟଣାରେ ପାକିସ୍ତାନ ଲିଙ୍କ୍‌! ରହସ୍ୟମୟୀଙ୍କର ରହିଛି ୪ଟି ଆକାଉଣ୍ଟ

ବାଲେଶ୍ୱର (କେନ୍ୟୁଜ): ଚାନ୍ଦିପୁର DRDO ତଥ୍ୟ ଲିକ୍‌ ମାମଲାରେ ଆସିଲା ପାକିସ୍ତାନ ଲିଙ୍କ୍‌। ରହସ୍ୟମୟୀ ମହିଳାଙ୍କ ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ଥିବା ଜଣାପଡ଼ିଛି। ଇସ୍‌ଲାମାବାଦର ୩ଟି ଆକାଉଣ୍ଟ ଓ ରାଓ୍ଵଲପିଣ୍ଡିର ଗୋଟିଏ ଆକାଉଣ୍ଟ ରହିଛି। ମହିଳା ଜଣକ ପାକିସ୍ତାନରୁ ଅପରେଟ୍‌ କରୁଥିଲେ ।

ଆଇପି ଆଡ୍ରେସ୍‌ରୁ ତଥ୍ୟ ମିଳିଥିବା ସୂଚନା ମିଳିଛି। ଜର୍ମାନ ଓ USର ପ୍ରକ୍ସି ଆଇପି ଆଡ୍ରେସ୍‌ ମଧ୍ୟ ବ୍ୟବହାର କରୁଥିଲେ। ପାକ୍‌ ଗୁଇନ୍ଦା ସଂସ୍ଥା ମହିଳାଙ୍କୁ ବ୍ୟବହାର କରୁଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.