କଟକରୁ ପୁଣି ଜବତ ହେଲା ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର, ୩ ଅଭିଯୁକ୍ତ ଗିରଫ

କଟକ(କେନ୍ଯୁଜ୍): କଟକରୁ ପୁଣି ଜବତ ହେଲା ବ୍ରାଉନସୁଗର। ଦରଘା ବଜାର ଥାନା ଅଞ୍ଚଳର ଜେଲ୍‌ ପଡିଆରୁ ୨୬୮ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା। ୩ଟି ମୋବାଇଲ ସହ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି। ତା ସହ ଦୁଇଟି ବାଇକ୍‌ ଜବତ ହୋଇଛି। ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି।

୨୦୨୧ ମସିହାରେ ୪ କେଜିରୁ ଅଧିକ ବ୍ରାଉନସୁଗର ଜବତ ହୋଇଛି। ୪ କୋଟିରୁ ଅଧିକ ଟଙ୍କାର ନିଶା ଦ୍ରବ୍ୟ ମଧ୍ୟ ଜବତ ହୋଇଛି। ୧୬ଟି ମାମଲାରେ ମୋଟ ୩୦ଜଣ ଗିରଫ ହୋଇଛନ୍ତି। କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.