ଦେଶର ସବୁଠାରୁ ବଡ଼ ଠକେଇ, ୨୮ଟି ବ୍ୟାଙ୍କକୁ ଚୂନ ଲଗାଇଦେଲା ଜାହାଜ କମ୍ପାନୀ

କେନ୍ୟୁଜ୍(ବ୍ୟୁରୋ):  ପୁଣି ବଡ଼ ଧରଣର ବ୍ୟାଙ୍କ ଠକେଇ। ଦେଶର ୨୮ଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଏହି ଠକେଇର ଶିକାର ହୋଇଛନ୍ତି। ଗୁଜୁରାଟର ଏକ ଘରୋଇ ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ୍‌ ଲିମିଟେଡ ଏହି ଠକେଇ କରିଛି। ଏହା ଭାରତର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି। କମ୍ପାନୀ ମୋଟ ୨୨ହଜାର ୮୪୨ କୋଟି ଠକେଇ କରିଥିବା ସୂଚନା ମିଳିଛି।

SBI, ICICI, IDBI, PNB, ବ୍ୟାଙ୍କ ଅଫ୍‌ ବରୋଦା ଓ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଠକେଇର ଶିକାର ହୋଇଛି। ଏନେଇ କମ୍ପାନୀ ନିର୍ଦ୍ଦେଶକ ମାନଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି। ଏହା ପୂର୍ବରୁ ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସି ୧୪ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.