ବିବାହ ପ୍ରତିଶ୍ରୁତିରେ କରାଯାଇଥିବା ସେକ୍ସକୁ ସେତେବେଳେ ଦୁଷ୍କର୍ମ କୁହାଯିବ, ଯେତେବେଳେ ତାହା ପୀଡ଼ିତାଙ୍କ ସହମତିରେ ହୋଇନଥିବ: କେରଳ ହାଇକୋର୍ଟ
ପ୍ରେମିକା ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କେରଳ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, ବିବାହ ପରେ ସେକ୍ସକୁ ସେତେବେଳେ ଦୁଷ୍କର୍ମ ବୋଲି ଧରାଯିବ ଯେତେବେଳେ ଅଭିଯୁକ୍ତ ପୀଡ଼ିତାଙ୍କ ନିର୍ଣ୍ଣୟାତ୍ମକ ସ୍ୱାଧୀନତାକୁ ଉଲ୍ଲଂଘନ କରିଥିବ।
ତଳ କୋର୍ଟ ଦେଇଥିଲେ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ:
୩୫ ବର୍ଷର ଏହି ଯୁବକଙ୍କ ବିରୋଧରେ ତାଙ୍କ ପ୍ରେମିକା ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଉଭୟେ ୧୦ ବର୍ଷ ହେଲଣି ରିଲେସନ୍ସିପ୍ରେ ଥିଲେ ଓ ବିବାହ କରିବାକୁ ଯାଉଥିଲେ। ବିବାହର ଠିକ୍ ପୂର୍ବରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। ଏହି ଘଟଣାକୁ ନେଇ ଯୁବତୀ ଜଣକ ଭାବି ସ୍ୱାମୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଶୁଣାଣି କରିବା ଅବସରରେ ତଳ କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡର ନିର୍ଦ୍ଦେଶ ଦେଇଥିଲେ।
ତଳକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଯୁବକ ଜଣକ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାକୁ ହାଇକୋର୍ଟ ଖାରଜ କରିବା ସହ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ହାଇକୋର୍ଟ କହିଛନ୍ତି, ଏହା ଇଚ୍ଛା ବିରୋଧରେ ଜବରଦସ୍ତି ଯୌନ ସମ୍ପର୍କ ସ୍ଥାପନର ମାମଲା ନୁହେଁ। ଏହା ବିବାହର ପ୍ରତିଶ୍ରୁତି ଦେଇ କରାଯାଇଥିବା ଏକ ଯୌନ କ୍ରିୟା। ଏଥିରେ ଉଭୟଙ୍କ ସହମତି ଥିଲା। ଏଣୁ ଏହାକୁ ଦୁଷ୍କର୍ମ ବୋଲି କୁହାଯିବନି ବୋଲି ହାଇକୋର୍ଟ ଶୁଣାଣି କରିଛନ୍ତି।
କୋର୍ଟ କହିଛନ୍ତି, ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଣୁ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ତାଙ୍କ ବାପା ମା’ ବିନା ଯୌତୁକରେ ବିବାହ ପାଇଁ ରାଜି ନ ହେବାରୁ ଏହି ବିବାହ ହୋଇପାରିନାହିଁ। ଏଥିରେ ଯୁବକଙ୍କର କୌଣସି ଖରାପ ଉଦ୍ଦେଶ୍ୟ ନଥିଲା। ଏଣୁ ତାଙ୍କୁ ଦୁଷ୍କର୍ମ ବୋଲି କୁହାଯାଇପାରିବ ନାହିଁ।
Also Read: ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଦୁଇ ଖଣ୍ଡ ହୋଇଗଲା ବିମାନ, ଦେଖନ୍ତୁ ଘଟଣା ବେଳର ଦୃଶ୍ୟ