ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଦୁଇ ଖଣ୍ଡ ହୋଇଗଲା ବିମାନ, ଦେଖନ୍ତୁ ଘଟଣା ବେଳର ଦୃଶ୍ୟ

ଜରୁରୀକାଳୀନ ଅବତରଣ ବେଳେ ଦୁଇ ଖଣ୍ଡ ହୋଇଗଲା ବିମାନ। ଏକ କାର୍ଗୋ ପ୍ଲେନ୍‌ ଏମରଜେନ୍ସିଂ ଲ୍ୟାଣ୍ଡିଂ ବେଳେ ଦୁଇ ଖଣ୍ଡ ହୋଇଯାଇଛି। ବିମାନର ଏଭଳି ଦୁଇ ଖଣ୍ଡ ହୋଇଯିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୁରୁବାର ଦିନ କୋଷ୍ଟାରିକାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏଠାରେ ଏମରଜେନ୍ସି ଲ୍ୟାଣ୍ଡିଂ କରୁଥିବା ବେଳେ ବିମାନଟି ଦୁଇ ଖଣ୍ଡ ହୋଇଯାଇଛି। ଏହି ଘଟଣା ପରେ ସେନ୍‌ ଜୋସ୍‌ରେ ସ୍ଥିତ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ପଡ଼ିଛି।

ହଳଦିଆ ରଙ୍ଗର ଜର୍ମାନ ଲଜିଷ୍ଟିକ୍ସ କମ୍ପାନୀ ଡିଏଜ୍‌ଏଲ୍‌ର ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଉଥିଲା ଓ ଏହି ସମୟରେ ତାହା ଖସି ଯାଇ ଦୁଇ ଖଣ୍ଡ ହୋଇଯାଇଛି। ବିମାନ ଭାଙ୍ଗିଯିବା ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।

ଦେଖନ୍ତୁ ଭିଡିଓ:

ଏ ନେଇ କୋଷ୍ଟା ରିକାର ଅଗ୍ନିଶମ ବିଭାଗ ମୁଖ୍ୟ ହେକ୍ଟର ଚାବେଜ୍‌ କହିଛନ୍ତି, ବିମାନରେ ଥିବା ଦୁଇ ଜଣ କ୍ରୁ ମେମ୍ବର ସୁସ୍ଥ ଅଛନ୍ତି। ସେମାନଙ୍କୁ ଯେମିତି କିଛି ସମସ୍ୟା ନ ହେବ ଏଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ପାଇଲଟ୍‌ ବେହୋସ୍‌ ହୋଇଯାଇଥିଲେ, କିନ୍ତୁ ପରେ ତାଙ୍କୁ ହୋସ୍‌ ଆସିଛି।

ଗୁରୁବାର ସକାଳ ୧୦.୩୦ରେ ଏହି ଘଟଣା ଘଟିଛି। ବୋଇଂ ୭୫୭ ପ୍ଲେନ୍‌ ଜୁଆନ୍‌ ସେଣ୍ଟାମାରିଆ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। କିନ୍ତୁ କିଛି ଟେକ୍ନିକାଲ ତ୍ରୁଟି ଯୋଗୁ ବିମାନକୁ ଜରୁରୀକାଳୀନ ଅବତରଣ କରିବା ପଡ଼ିଥିଲା। ଏହି ସମୟରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଛି।

Also Read: ଛିଃ ଧର୍ମ ସହିବନି! ଘରେ ପଶି ସ୍ୱାମୀଙ୍କୁ ଗୁଳି ମାରିବା ପରେ ପିଲାଙ୍କ ସାମ୍ନାରେ ମହିଳାଙ୍କୁ ଦୁଷ୍କର୍ମ କଲେ ରୁଷ୍‌ ସେନା

You might also like