ସେକ୍ସ ଓ୍ଵାର୍କରଙ୍କ କୋଠରୀରୁ ମିଳିଲା ଧାର୍ମିକ ପୁସ୍ତକ; ପିଟି ପିଟି ମାରିଦେଲେ ଗ୍ରାହକ! ଜାଣନ୍ତୁ ପୂରା ମାମଲା

ନାଇଜେରିଆର ଲାଗୋସ୍‌ ସହରରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସେକ୍ସ ଓ୍ଵାର୍କରଙ୍କ କୋଠରୀରୁ ଧାର୍ମିକ ପୁସ୍ତକ ମିଳିବା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଜଣେ ଗ୍ରାହକ ନିଜ ସାଥୀଙ୍କ ସହ ମିଶି ଏହି ସେକ୍ସ ଓ୍ଵାର୍କରଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଏବଂ ତାଙ୍କ ମୃତଦେହକୁ ନିଅାଁ ଲଗାଇ ଜାଳି ଦେଇଛନ୍ତି।

ସ୍ଥାନୀୟ ପୋଲିସ ମୁତାବକ, ମୃତା ମହିଳାଙ୍କ ପରିଚୟ ମିଳିଥିବା ବେଳେ ସେ ଲାଗୋସ୍‌ ସହରରେ ସେକ୍ସ ଓ୍ଵାର୍କର ଭାବେ କାମ କରୁଥିଲେ। ନିକଟରେ ଯେତେବେଳେ ଗ୍ରାହକ ତାଙ୍କୁ ପେମେଣ୍ଟ୍‌ କରିବାକୁ ଆସିଥିଲେ, ସେତେବେଳେ ମହିଳା ଜଣକ ତାଙ୍କୁ ପିଛା କରିଥିଲେ ଏବଂ ଅଭିଯୋଗ ଲଗାଇଥିଲେ ଯେ ସେ ତାଙ୍କ ପଇସା ଚୋରାଇ ନେଇଛନ୍ତି।

ରିପୋର୍ଟ ଅନୁସାରେ, ଗ୍ରାହକ ମହିଳାଙ୍କୁ ୧୦୦୦ ନାଇଜେରିଆନ୍‌ ମୁଦ୍ରା ପେମେଣ୍ଟ୍‌ କରିଥିଲେ। କିନ୍ତୁ ମହିଳା ଅଭିଯୋଗ କରିଥିଲେ କି, ଗ୍ରାହକ ତାଙ୍କର ୫୦୦୦ ନାଇରା (ନାଇଜେରିଆନ୍‌ ମୁଦ୍ରା) ଚୋରାଇ ନେଇଛନ୍ତି, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗ୍ରାହକ ଜଣକ କହିଥିଲେ ଯେ ମହିଳା ତାଙ୍କ ଉପରେ ଅଭିଯୋଗ ଆଣିବା ପରିବର୍ତ୍ତେ ବରଂ ନିଜ କୋଠରୀକୁ ଭଲ ଭାବରେ ଯାଞ୍ଚ କରନ୍ତୁ। ଏହାପରେ ଗ୍ରାହକ ନିଜ ସାଥୀଙ୍କ ସହ ମିଶି ମହିଳାଙ୍କ କୋଠରୀ ନିଜେ ଯାଞ୍ଚ କରିଥିଲେ।

ପୋଲିସର କହିବା ହେଲା, କୋଠରୀ ଯାଞ୍ଚ ସମୟରେ ଗ୍ରାହକଙ୍କୁ ମହିଳାଙ୍କ ବେଡ୍‌ ଉପରେ ଥିବା ତକିଆ ତଳୁ ଏକ ଧାର୍ମିକ ପୁସ୍ତକ ମିଳିଥିଲା, ଯାହାକୁ ଦେଖି ସେ ଏବଂ ତାଙ୍କ ସାଥୀମାନେ ଅତ୍ୟନ୍ତ ରାଗି ଯାଇଥିଲେ। ଏହାପରେ ସେମାନେ ମହିଳାଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ। ଏହି ବ୍ୟକ୍ତିମାନେ ମହିଳାଙ୍କୁ ଏମିତି ଭାବେ ପିଟିଥିଲେ ଯେ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟା ପରେ ସେମାନେ ମୃତଦେହରେ ନିଅାଁ ଲଗାଇ ଦେଇଥିଲେ।