Below header

ରେସଲିଂ ଫେଡେରେସନ ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କୁ କୋର୍ଟ ସମନ

ରେସଲିଂ ଫେଡେରେସନ ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କୁ କୋର୍ଟ ସମନ । ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ଅଭିଯୋଗ ଆଧାରରେ ସମନ କରିଛନ୍ତି ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ। ଜୁଲାଇ ୧୮ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି।

ରେସଲିଂ ଫେଡେରେସନ ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କୁ କୋର୍ଟ ସମନ । ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ଅଭିଯୋଗ ଆଧାରରେ ସମନ କରିଛନ୍ତି ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ। ଜୁଲାଇ ୧୮ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। କୋର୍ଟ କହିଛନ୍ତି ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି।

୬ ଥରର ସାଂସଦ, ବିପେଜି ନେତା ତଥା WFI ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଜୁନ ୧୫ ତାରିଖରେ ଚାର୍ଜସିଟ ଦାଖଲ କରିଥିଲା ଦିଲ୍ଲୀ ପୋଲିସ । ମହିଳା କୁସ୍ତିଯୋଦ୍ଧାଙ୍କୁ ବ୍ରିଜ ଭୂଷଣ ଯୌନ ନିର୍ଯାତନା ଦେଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ଦିଲ୍ଲୀ ପୋଲିସ।

୭ ଜଣ ମହିଳା କୁସ୍ତିବିତ ବ୍ରିଜ ଭୂଷଣଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ତାଙ୍କ ଗିରଫ ଦାବିରେ ଦିଲ୍ଲୀ ଯନ୍ତରମନ୍ତରରେ ଧାରଣା ଦେଇଥିଲେ। ଅନ୍ୟପଟେ ନିଜୁକ ନିର୍ଦ୍ଦୋଷ କହି ଅଭିଯୋଗକୁ ଖଣ୍ଡନ କରି ଆସୁଥିଲେ ବ୍ରିଜ ଭୂଷଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.