ତୁନିଷାଙ୍କ ଆତ୍ମହତ୍ୟା ମାମଲା, ଗିରଫ କୋ ଷ୍ଟାର ଶିଜାନଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ମାମଲାରେ ସହ ଅଭିନେତା ଶିଜାନ ଖାନଙ୍କୁ ପୋଲିସ ଗିରଫ କରିଛି । ଶିଜାନଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡରେ ଆଣିଛି । ବଲିଭି ପୋଲିସ ଆଇପିସି ଧାରା ୩୦୬ ଅଧିନରେ ଶିଜାନଙ୍କୁ ଗିରଫ କରିଛି ।

ମୁମ୍ବାଇ ୱାଲିଭ୍ ପୋଲିସ ଅଭିନେତ୍ରୀ ତୁନିଷାଙ୍କ ସହ ଅଭିନେତ୍ରୀ ଶିଜାନ୍ ଖାନଙ୍କୁ ଗିରଫ କରିଛି । ଆତ୍ମହତ୍ୟା ପାଇଁ ଉକ୍ସାଇବା ମାମଲାରେ ଶିଜାନଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୩୦୬ରେ ମାମଲା ରୁଜୁ କରିଛି । ଏ ନେଇ ତାଙ୍କୁ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଉ ପୋଲିସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଛି ।

ତେବେ ଏହାକୁ ନେଇ ଶିଜାନଙ୍କ ଓକିଲ ଶରତ ରାଏ କହିଛନ୍ତି, ତାଙ୍କ ପକ୍ଷ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ । କେବଳ ସନ୍ଦେହ ଆଧାରରେ ତାଙ୍କୁ ଗିରଫ କରାଯାଇଛି ।

ଗତକାଲି ତୁନିଷା ଶର୍ମା ଶୁଟିଂ ସେଟରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ । ଟିଭି ସିରିଏଲ ‘ଅଲୀ ବାବା-ଦାସ୍ତାନ ଇ କବୁଲ’ରେ ଅଭିନୟ କରୁଥିଲେ ତୁନିଷା । ନାଇଗାଓଁରେ ସିରିଏଲର ଶୁଟିଂ ରହିଥିଲା । ଏଥିପାଇଁ ସେ ସେଟର ମେକଅପ୍ ରୁମରେ ଥିବା ଫ୍ୟାନରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଶୁଟିଂ ସେଟର କ୍ର୍ୟୁ ସଦସ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟା କରିବାର ୫ ଘଣ୍ଟା ପୂର୍ବରୁ ସେ ମେକ୍ଅପ୍ ରୁମରୁ ହିଁ ନିଜର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତୁନିଷା ଫିତୁର ଏବଂ ବାର ବାର ଦେଖୋ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଇଣ୍ଟରନେଟ ୱାଲା ଲଭ, ଇସକ ସୁଭାନାଲ୍ଲା, ଗାୟବ ଓ ଶେର୍ ଇ ପଞ୍ଜାବ- ମହାରାଜ ରଣଜୀତ ସିଂହ ଭଳି ଶୋ’ରେ ନଜର ଆସିଥିଲେ । ୨୦ ବର୍ଷୀୟ ତୁନିଷା ଶିଶୁ କଳା ଭାବେ ମଧ୍ୟ କାମ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.