ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଉପସ୍ଥିତିରେ ନ୍ୟୁଜିଲାଣ୍ଡ ଅକଲାଣ୍ଡରେ ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ
ନ୍ୟୁଜିଲାଣ୍ଡ ଅକଲାଣ୍ଡରେ ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ

() ନିଉଜିଲାଣ୍ଡର ଅକଲାଣ୍ଡ ସହରରେ ପ୍ରତିଷ୍ଠିତ ହୋଇଥିବା ଶିରିଡ଼ି ସାଇବାବା ମନ୍ଦିରର ୧୦ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଠିକ୍ ଦଶ ବର୍ଷ ତଳେ ଗୁରୁଜୀ ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିଥିଲେ । ଏହା ମଧ୍ୟରେ ମନ୍ଦିରର ବହୁ ଅଗ୍ରଗତି ଘଟିଛି ।
ଗୁରୁଜୀ ପହଞ୍ଚିବା ପରେ ସ୍ଥାନୀୟ ମାଉରି ପରମ୍ପରାରେ ତାଙ୍କର ସ୍ୱାଗତ କରାଯାଇଥିଲା । ଏହି ଅବସରରେ ନିଉଜିଲାଣ୍ଡର ଶିରିଡ଼ି ସାଇ ସଂସ୍ଥାନ ପକ୍ଷରୁ ଗୁରୁଜୀ ୩ ଲକ୍ଷ ନିଉଜିଲାଣ୍ଡ ଡଲାର ମୂଲ୍ୟର ଏକ ଆମ୍ବୁଲାନ୍ସ ସେଣ୍ଟ ଜୋନ୍ସ ହସ୍ପିଟାଲକୁ ପ୍ରଦାନ କରିଥିଲେ । ଉତ୍ସବରେ ବର୍ତ୍ତମାନର ସାଂସଦ, ପ୍ରାକ୍ତନ ସାଂସଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ସ୍ଥାନୀୟ ନେତୃବୃନ୍ଦ ଯୋଗ ଦେଇଥିଲେ ।
ଗୁରୁଜୀ ତାଙ୍କ ଉଦ୍ବୋଧନରେ ଏପରି ସେବା କାର୍ଯ୍ୟର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସଂସ୍ଥାନ ପକ୍ଷରୁ ଫିଜି, ଚେନ୍ନାଇ ଓ ଅକ୍ଲାଣ୍ଡର ବନ୍ୟା ପୀଡ଼ିତଙ୍କ ନିକଟରେ ପହଞ୍ଚି ସେମାନଙ୍କର ସହାୟତା କରାଯାଇଥିବାରୁ ଏହି କାର୍ଯ୍ୟକୁ ଗୁରୁଜୀ ପ୍ରଶଂସା କରିଥିଲେ ।