ମହାରାଷ୍ଟ୍ର ରାଜନୀତି ନେଲା ଭିନ୍ନ ମୋଡ଼, ଉଦ୍ଧବଙ୍କୁ ମିଳିଲାନି ସୁପ୍ରିମ କୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ/ମୁମ୍ବାଇ : ଆସନ୍ତାକାଲି ହେବ ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ଠାକରେ ସରକାରଙ୍କର ହେବ ଫ୍ଲୋର ଟେଷ୍ଟ । ଦିନ ୧୧ଟାରୁ ଏହା ଆରମ୍ଭ ହେବାର ଥିଲା । ଆଜି ସୁପ୍ରିମ କୋର୍ଟ ଏ ନେଇ ରାତି ୯ଟାରେ ରାୟ ଦେଇଥିଲେ । ଫ୍ଲୋର ଟେଷ୍ଟ ଘୁଞ୍ଚାଇବାକୁ ଶିବସେନା ତରଫରୁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ତେବେ ସେହି ଆଶାକୁ ଧୂଳିସାତ୍‌ କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନିର୍ଦ୍ଦେଶ ଦେଇଥିଲେ । ଫଳରେ ଆଜି ରାତି ୯ଟାରେ ସୁପ୍ରିମ କୋର୍ଟଙ୍କ ରାୟ ପରେ ନିଜର ମତ ରଖି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ । ସେ ଫେସବୁକ୍‌ରେ ଲାଇଭ୍‌ କରି ନିଜ ଇସ୍ତଫା କଥା ଘୋଷଣା କରିଛନ୍ତି ।

ଏହି ଘୋଷଣା ପରେ ଉଦ୍ଧବ ବିଧିବଦ୍ଧ ଭାବେ ଇସ୍ତଫା ପତ୍ର ଦେବା ପାଇଁ ରାଜଭବନ ଯାଉଥିବାର ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.