ସବୁଠୁ କମ ବୟସର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ୪୧ ଲକ୍ଷ ଟଙ୍କାର ଡିନର, ଚର୍ଚ୍ଚାରେ ବିବେକ ରାମସ୍ବାମୀ

ଡିନରର ମୁଲ୍ୟ ୪୧ ଲକ୍ଷ ଟଙ୍କା । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ଭାରତୀୟ ବଂଶୋଭବ ବିବେକ ରାମସ୍ବାମୀଙ୍କ ପାଇଁ ଏଭଳି ଡିନରର ଆୟୋଜନ କରୁଛନ୍ତି ଆମେରିକା ସିଲିକନ ଭାଲିର ବିଜିନେସ ଟାଇକୁନ ।

ଡିନରର ମୁଲ୍ୟ ୪୧ ଲକ୍ଷ ଟଙ୍କା । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ଭାରତୀୟ ବଂଶୋଭବ ବିବେକ ରାମସ୍ବାମୀଙ୍କ ପାଇଁ ଏଭଳି ଡିନରର ଆୟୋଜନ କରୁଛନ୍ତି ଆମେରିକା ସିଲିକନ ଭାଲିର ବିଜିନେସ ଟାଇକୁନ । ଆସନ୍ତା ୨୯ରେ ଏଭଳି ଭବ୍ୟ ଡିନର ଆୟୋଜିତ ହେଉଛି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭାରତୀୟ-ଆମେରିକା ରିପବ୍ଲିକାନ ପ୍ରର୍ଥୀଙ୍କ ଏକ ବିଲିୟନ ଡଲାର ପାଣ୍ଠି ସଂଗ୍ରହ କରିବାକୁ ଏଭଳି ପ୍ରୟାସ ହୋଇଛି । ଡିନରର ମୁଲ୍ୟ ୫୦ ହଜାର ଡଲାର ରଖାଯାଇଛି । ଡିନରେ ବହୁ ପୁଞ୍ଜିପତି, ନିବେଶକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିବେକ ରାମସ୍ବାମୀ ହେଉଛନ୍ତି ଭାରତୀୟ ବଂଶୋଭବ ା ।

ବୟସ ୩୮ ବର୍ଷ । ରିପବ୍ଲିକନ ପାର୍ଟିର ସବୁଠୁ କମ ବୟସର ରାଷ୍ଟ୍ରପତି ପ୍ରାର୍ଥୀ । ତାଙ୍କ ବାପା ଇଲୋକ୍ଟ୍ରିକଲ ଇଞ୍ଜିନୟର ଥିବା ବେଳେ ମାଆ ଚିକିତ୍ସକ । ୪୦ ବର୍ଷ ହେଲା ରାମସ୍ବାମୀଙ୍କ ବାପା-ମାଆ ଆମେରିକାରେ ରହିଆସୁଛନ୍ତି । ହାୱାର୍ଡ ଓ ୟେଲ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ସାରିଥିବା ରାମସ୍ବାମୀଙ୍କ ୫୦୦ ମିଲିୟନ ଡଲାରର ସମ୍ପତ୍ତି ରହିଛି ା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.