Below header

କାନାଡ଼ା ହେଲାଣି ନୂଆ ପାକିସ୍ତାନ, ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି କାନାଡ଼ା

ଭାରତ ବିରୋଧରେ ଆତଙ୍କବାଦକୁ ପାଳୁଛି କାନାଡ଼ା। ଗତ ଜୁନରେ ନିହତ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ପାକିସ୍ତାନରୁ ତାଲିମ ନେଇ ଭାରତ ବିରୋଧରେ କାନାଡ଼ା ମାଟିରୁ ଆତଙ୍କବାଦ ଚଳାଉଥିଲା।

ଭାରତ ବିରୋଧରେ ଆତଙ୍କବାଦକୁ ପାଳୁଛି କାନାଡ଼ା। ଗତ ଜୁନରେ ନିହତ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ପାକିସ୍ତାନରୁ ତାଲିମ ନେଇ ଭାରତ ବିରୋଧରେ କାନାଡ଼ା ମାଟିରୁ ଆତଙ୍କବାଦ ଚଳାଉଥିଲା। ଡଜନ ଡଜନ ମାମଲା ସହ ଭାରତର ମୋଷ୍ଟ ୱାଣ୍ଟେଡ ଥିଲେ ମଧ୍ୟ କାନାଡ଼ା କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ତା ହତ୍ୟାକୁ ନେଇ ଭାରତ-କାନାଡ଼ା ଏବେ ମୁହାଁମୁହିଁ। ହତ୍ୟାକାଣ୍ଡରେ ଭାରତର ହାତ ଥିବା ପୁଣି ଥରେ ଜଷ୍ଟିସ ଟ୍ରୁଡୁ ଦୋହରାଇବା ପରେ ଦୁଇ ଦେଶର କୂଟନୈତିକ ଯୁଦ୍ଧ ଆହୁରି ତେଜିଛି।

ଆତଙ୍କବାଦୀଙ୍କୁ ଖୋଲାଖୋଲି ପ୍ରୋତ୍ସାହନ ଦେଉଛି କାନାଡ଼ା । ପାକିସ୍ତାନରୁ ଅସ୍ତ୍ର ତାଲିମ ନେଇ ଭାରତ ବିରୋଧରେ ଆତଙ୍କବାଦ ଚଳାଇଥିଲା ହରଦୀପ ସିଂ ନିଜ୍ଜର । ସେପଟେ ଟ୍ରୁଡୁଙ୍କ ସାନି ଅଭିଯୋଗ ପରେ ଆହୁରି ତେଜିଲା ଭାରତ-କାନାଡ଼ା କୂଟନୈତିକ ଯୁଦ୍ଧ ।  ଦୁଇ ଦେଶ ସହ ସଂପର୍କରେ ରହିଛି ଆମେରିକା ।

କାନାଡ଼ା ହେଲାଣି ନୂଆ ପାକିସ୍ତାନ। ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି କାନାଡ଼ା। ଭାରତ ବିରୋଧରେ ଆତଙ୍କବାଦକୁ ଖୋଲାଖୋଲି ପ୍ରୋତ୍ସାହନ ଦେଉଛି କାନାଡ଼। ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ମାମଲାରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ତେଜୁଥିବା ବେଳେ କନାଡ଼ାର ସତ ସାମ୍ନାକୁ ଆସୁଛି। କାନାଡ଼ା ମାଟିରୁ ଭାରତ ବିରୋଧରେ ଆତଙ୍କବାଦ ଚଳାଇଥିଲା ନିଷିଦ୍ଧ ଖଲିସ୍ତାନୀ ଟାଇଗର ଫୋର୍ସର ମୁଖ୍ୟ ହରଦୀପ ସିଂ ନିଜ୍ଜର।

୧୯୯୬ରେ ଜାଲ୍ ଭିସାରେ କନାଡ଼ା ପଳାଇ ଯାଇଥିବା ନିଜ୍ଜର ପ୍ରଥମେ ଟ୍ରକ ଡ୍ରାଇଭର ଭାବେ କାମ ଆରମ୍ଭ କରିଥିଲା। ସେଠାରୁ ପାକିସ୍ତାନ ଯାଇ ଅସ୍ତ୍ରଶସ୍ତ୍ର ତାଲିମ ନେଇଥିଲା। ପୁଣି କାନାଡ଼ା ଫେରିଆସି ଭାରତ-ବିରୋଧୀ ଆତଙ୍କବାଦ ଚଳାଇଥିଲା। ନିଜ୍ଜର ନିର୍ଦ୍ଦେଶରେ ଭାରତରେ ଅନେକ ହତ୍ୟାକାଣ୍ଡ ଘଟିଛି। କାନାଡ଼ାରେ ଡ୍ରଗ୍ସ ଓ ଆର୍ମସ୍ କାରବାର ବି କରୁଥିଲା ନିଜ୍ଜର।

ତା ନାଁରେ ଡଜନେରୁ ଅଧିକ ହତ୍ୟା ଓ ଅପରାଧିକ ମାମଲା ଥିଲେ ମଧ୍ୟ କାନାଡ଼ା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉଥିଲେ। ଗତ ଜୁନ ୧୮ ତାରିଖରେ କାନାଡ଼ାର ବ୍ରିଟିଶ କଲମ୍ବିଆରେ ଏକ ଗୁରୁଦ୍ବାରା ନିକଟରେ ତାକୁ ଗୁଳି କରହି ହତ୍ୟା କରାଯାଇଥିଲା। ଯାହାକୁ ନେଇ କାନାଡ଼ା-ଭାରତ କୂଟନୈତିକ ଯୁଦ୍ଧ ଚାଲିଛି।

ନିଜ୍ଜର ହତ୍ୟା ପଛରେ ଭାରତର ହାତ ରହିଛି ବୋଲି ଗତ ସୋମବାର ପ୍ରଥମ ଥର ପାଇଁ ଅଭିଯୋଗ ଆଣିଥିଲେ ଜଷ୍ଟିନ ଟ୍ରୁଡୁ । ଏହାପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ତୀବ୍ର ହୋଇଛି। ଆଜି ପୁଣି ଅଭିଯୋଗ ଦୋହରାଇଛନ୍ତି କାନାଡ଼ ପ୍ରଧାନମନ୍ତ୍ରୀ। ଗତ ସପ୍ତାହରେ ଭାରତକୁ ବିଶ୍ବସନୀୟ ଅଭିଯୋଗ ପ୍ରଦାନ କରାଯାଇଥିବା ଟ୍ରୁଡୁ କହିଛନ୍ତି। ସେପଟେ ବ୍ରିଟିଶ କଲମ୍ବିଆର ପ୍ରିମିଅର ଡେଭିଡ ଏବୀ କହିଛନ୍ତି ନିଜ୍ଜର ହତ୍ୟା ସଂପର୍କିତ ସେ ଇଣ୍ଟରନେଟରୁ ଯେଉଁ ତଥ୍ୟ ପାଇଛନ୍ତି ତାହା ନୈରାଶ୍ୟଜନକ। ଏହି ଘଟଣାରେ ଉଭୟ କାନାଡ଼ା ଓ ଭାରତ ସହ ଆମେରିକା ଯୋଗାଯୋଗରେ ରହିଛି। ତଦନ୍ତର ଫଳାଫଳ ଆସିବା ପାଇଁ ତଦନ୍ତରେ ଭାରତ ସହଯୋଗ କରିବା ଉଚିତ ବୋଲି କହିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ।

ଏପଟେ ଜଲନ୍ଦର ଜିଲ୍ଲାରେ ହରଦୀପ ସିଂ ନିଜ୍ଜରର ଘର ଜବତ ହେଲା। ମୋହାଲି ଏନଆଇଏ କୋର୍ଟ ନିର୍ଦ୍ଦେଶରେ ତା ଘର ଆଗରେ ଲାଗିଛି ଜବତ ନୋଟିସ। ଆଉ ଜଣେ ଖଲିସ୍ତାନୀ ଆତଙ୍କବାଦୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଆତଙ୍କବାଦୀ ଗୁରପତୱନ୍ତ ସିଂ ପାନ୍ନୁନର ଅମ୍ରିତସର ଜିଲ୍ଲାରେ ଥିବା ଘର, ଚାଷଜମି ଓ କେନାଲ ଜବତ କରିଛି ଏନଆଇଏ। ସେ କାନାଡ଼ାରେ ହିନ୍ଦୁଙ୍କୁ ଧମକ ଚମକ ଦେଉଥିଲା। କାନାଡ଼, ଆମେରିକା ସମେତ ଏକାଧିକ ଦେଶରେ ତାର ନେଟୱର୍କ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.