ଅଳ୍ପକେ ବଞ୍ଚିଗଲା ଜୀବନ : ଦୁଇଶହ ଫୁଟ ବୋରେଓ୍ଵଲରୁ ଉଦ୍ଧାର ପାଇଲା ୬ ବର୍ଷର ବାଳକ

ମୁମ୍ବାଇ : ମହାରାଷ୍ଟ୍ର ପୁନେର ଏକ ଗାଁରେ ଘଟିଛି ଏହି ଘଟଣା । ୨୦୦ ଫୁଟର ଏକ ବାରେଓ୍ଵଲ ଭିତରେ ଫସି ଯାଇଥିବା ୬ ବର୍ଷର ବାଳକଟିର ଜୀବନ ବଞ୍ଚି ଯାଇଛି । ପିଲାଟି ଗତକାଲି ଅପରାହ୍ନ ପ୍ରାୟ ୫ଟା ବେଳେ ଖେଳୁଥିବା ସମୟରେ ବୋରେଓ୍ଵଲ ଭିତରେ ପଡ଼ି ଯାଇଥିଲା । ପରେ ପରେ ଏନ୍‌ଡିଆରଏଫ୍‌ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲା । ସୌଭାଗ୍ୟକୁ ବାଳକଟି ମାତ୍ର ୧୦ ଫୁଟ ତଳେ ଲାଖି ରହିଥିଲା । ଏନ୍‌ଡିଆରଏଫ୍‌ ଟିମ୍‌ ଗାତକୁ ଚଉଡ଼ା କରି ପିଲାଟିକୁ ଉଦ୍ଧାର କରିଛନ୍ତି । ପ୍ରାୟ ୧୬ ଘଣ୍ଟା ଧରି ଚାଲିଥିଲା ଏହି ଉଦ୍ଧାର କାର୍ଯ୍ୟ । ପିଲାଟିର ସ୍ୱାସ୍ଥ୍ୟ ଭଲ ଅଛି ବୋଲି ପରୀକ୍ଷା କରିବା ପରେ ଡାକ୍ତର କହିଛନ୍ତି ।

BOY TRAPPED-2

ପୁନେର ଥୋରାଣ୍ଡେଲ ଠାରେ ଏକ ରାସ୍ତା କାମ ଚାଲିଥିଲା । ଏଥିରେ ରବି ନାମକ ଏହି ପିଲାଟିର ବାପା କାମ କରୁଥିଲେ । ତେଣୁ ତାର ପରିବାର ଲୋକେ ବୋରେଓ୍ଵଲ ନିକଟରେ ଏକ ଅସ୍ଥାୟୀ ଘର କରି ରହୁଥିଲେ । ପିଲାଟି ସେହିଠାରେ ଖେଳିବା ବେଳେ ସେଥିରେ ପଡ଼ି ଯାଇଥିଲା । ଗତକାଲି ରାତି ସାରା ପରିଶ୍ରମ କରି ତାକୁ ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର କରିଥିଲା । ପିଲାଟିକୁ ବାହାର କଲା ବେଳକୁ ସେ ଖୁବ୍‌ ଡରି ଯାଇଥିବା ଦେଖା ଯାଇଥିଲା ।

BOY TRAPPED-3

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.