Below header

କର୍ଣ୍ଣାଟକରେ ଶ୍ରଦ୍ଧା ଓ୍ଵାକର ଭଳି ହତ୍ୟାକାଣ୍ଡ, ବାପାକୁ ମାରିବା ପରେ ଶବକୁ ୩୦ ଖଣ୍ଡ କରି ବୋରୱେଲରେ ପକାଇଲା ପୁଅ

ଦିଲ୍ଲୀର ଶ୍ରଦ୍ଧା ଓ୍ଵାକର ହତ୍ୟା ମାମଲା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ନିଜ ପ୍ରେମକୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଅଲଗା ଅଲଗା ସ୍ଥାନରେ ପକାଇଥିଲା ନୃଶଂସ ପ୍ରେମିକ ଆଫତାବ । ଏବେ ଶ୍ରଦ୍ଧା ଓ୍ଵାକର ହତ୍ୟା ମାମଲା ଭଳି ଭଳି କର୍ଣ୍ଣାଟକରେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠି ଜଣେ ପୁଅ ନିଜ ବାପାକୁ ହତ୍ୟା କରିବା ପରେ ୩୦ ଖଣ୍ଡ କରି ଏକ ବୋରେଓ୍ଵଲରେ ପକାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବାଗଲକୋଟରେ ଜଣେ ପୁଅ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପୁଅ ଜଣଙ୍କ ବାପାର ମୃତଦେହକୁ ୩୦ରୁ ଅଧିକ ଖଣ୍ଡରେ କାଟି ଦେଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତ ନିଜ ବାପା ଶରୀରର ଖଣ୍ଡ ଖଣ୍ଡ ଅଙ୍ଗଗୁଡ଼ିକୁ ଏକ ବୋରୱେଲ ନିକଟରେ ଫିଙ୍ଗି ଦେଇଥିଲା । ଏହି ଘଟଣାର ପୋଲିସ ଜାଣିବା ପରେ ମୃତଦେହ ଉଦ୍ଧାର କରିଛି । ପୋଲିସ ଅଭିଯୁକ୍ତ ପୁଅକୁ ମଧ୍ୟ ଗିରଫ କରିଛି ।

ଏଭଳି କାଣ୍ଡ ଘଟାଇଥିବା ପୁଅର ବୟସ ମାତ୍ର ୨୦ ବର୍ଷ । ଘଟଣାଟି ଡିସେମ୍ବର ୬ ତାରିଖରେ ଘଟିଥିଲା । ତେବେ ପୋଲିସ ପଚରାଉଚରା କରିବା ପରେ ପୁଅ କହିଥିଲା, ବାପା ପର୍ଶୁରାମ ସବୁବେଳେ ନିଶାରେ ରହି ପୁଅକୁ ମାରପିଟ କରୁଥିଲା । ଏହି ବିବାଦ ଏତେ ବଢି ଯାଇଥିଲା ଯେ, ପୁଅ ଜଣଙ୍କ ନିଜ ବାପାକୁ ଲୁହା ରଡରେ ଆକ୍ରମଣ କରି ତାଙ୍କ ଜୀବନ ନେଇଥିଲା । ପର୍ଶୁରାମ ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ତାଙ୍କ ଘରେ ଗଣ୍ଡଗୋଳ ମଧ୍ୟ କରୁଥିଲେ । ଏହି କାରଣରୁ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କଠାରୁ ଅଲଗା ରହୁଥିଲେ ।

ସୂଚନା ଅନୁଯାୟୀ, ପର୍ଶୁରାମ ମଙ୍ଗଳବାର ଦିନ ମଦ୍ୟପାନ କରି ତାଙ୍କ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ନିଜ ପୁଅ ବିଠଲଙ୍କ ସହ କୌଣସି ଏକ ବିଷୟକୁ ନେଇ ବିବାଦ କରିଥିଲେ । ବାପ ପୁଅଙ୍କ ମଧ୍ୟରେ ହେଉଥିବା ବିବାଦ ଏତେ ବଢିଗଲା ଯେ ପୁଅ ଏକ ଲୁହା ରଡ଼ ନେଇ ନିଜ ବାପାଙ୍କୁ ଆକ୍ରମଣ କରିଥିଲା, ଯେଉଁଥିପାଇଁ ପର୍ଶୁରାମଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ହତ୍ୟା ପରେ ଅଭିଯୁକ୍ତ ତାଙ୍କ ବାପାଙ୍କ ମୃତଦେହକୁ ୩୦ ଖଣ୍ଡରେ କାଟି ଦେଇଥିଲା । ଏହା ପରେ ଶବର କଟା ଯାଇଥିବା ଅଂଶକୁ ବାଗାଲକୋଟର ମୁଧୋଲ ଉପକଣ୍ଠରେ ଥିବା ଏକ କ୍ଷେତରେ ଥିବା ବୋରେଓ୍ଵଲରେ ପକାଇ ଦେଇଥିଲା

ଖବର ଅନୁଯାୟୀ, ଦିଲ୍ଲୀରେ ନିଜ ପ୍ରେମକୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଅଲଗା ଅଲଗା ସ୍ଥାନରେ ପକାଇଥିଲା ନୃଶଂସ ପ୍ରେମିକ ଆଫତାବ । ଶ୍ରଦ୍ଧା ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ। ଏନେଇ ପୋଲିସ ଆରମ୍ଭ କରିଥିଲା ଖୋଳତାଡ । ଝଗଡା ହେବାରୁ ଦୁହେଁ ଅଲଗା ହୋଇଯାଇଥିବା ପୋଲିସ ଆଗରେ ପ୍ରଥମେ ବୟାନ ଦେଇଥିଲା ଆଫତାବ। ଅକ୍ଟୋବର ୨୬ରେ ପ୍ରଥମ ଥର ପାଇଁ ଅଫତାବର ବୟାନ ରେକର୍ଡ କରିଥିଲା ପୋଲିସ। ୧୪ ମେ ରେ ଦୁହେଁ ଛତରପୁର ଘରକୁ ସିଫ୍ଟ ହୋଇଥିଲେ । ୨୨ ମେରେ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା । ଏହାପରେ ଶ୍ରଦ୍ଧା ନିଜ ଫୋନ ଧରି ଘର ଛାଡି ଚାଲିଯାଇଥିବା କହିଥିଲା ଆଫଫତାବ। ଶ୍ରଦ୍ଧାଙ୍କ ଫୋନ ମେ ୨୬ରେ ସୁଇଚ ଅଫ ହୋଇଥିଲା। ଶ୍ରଦ୍ଧାଙ୍କ ଫୋନରୁ ମେ ୨୨ରୁ ୨୬ ମଧ୍ୟରେ ଅନଲାଇନ ଟଙ୍କା ଟ୍ରାନ୍ସଫର ହୋଇଥିଲା। ପ୍ରାୟ ୫୪ ହଜାର ଟଙ୍କା ଶ୍ରଦ୍ଧାଙ୍କ ଆକାଉଣ୍ଟରୁ ଆଫତାବ ଆକାଉଣ୍ଟରୁ ଟ୍ରାନ୍ସଫର ହୋଇଥିଲା। ଏଥିରୁ ଧରା ପଡିଯାଇଥିଲା ଆଫତାବର ମିଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.