ଶ୍ରୀଲଙ୍କାରେ ରାଷ୍ଟ୍ରପତି ଭବନ ଏବେ ପର୍ଯ୍ୟଟନ ସ୍ଥଳ, ପରିସ୍ଥିତି ଚିନ୍ତାଜନକ

ଗମ୍ବୀର ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଆର୍ଥିକ ସଂକଟ ଭାଙ୍ଗି ଦେଇଛି ମୂଳଦୂଆ । ଏବେ ଖାଲି ଯେମିତି ପ୍ରମାଦ ଗଣା ଚାଲିଛି ଦେଶରେ । କାରଣ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ପରିସ୍ଥିତି ବେଶ ଚିନ୍ତାଜନକ । ଏଭଳି ପରିସ୍ଥିତି ଯେ ଗୋଟେ ପରେ ଗୋଟେ ସମସ୍ୟା ସାମନାକୁ ଆସୁଛି । ଆର୍ଥିକ ସଂକଟ କମ ନଥିଲା ଯେ ଏବେ ରାଜନୈତିକ ସଂକଟ ଦେଶ ପାଇଁ ଆହୁରି ଭୟଙ୍କର ସ୍ଥିତି ଉପୁଜାଇଲାଣି ।

ଏସବୁ ସମସ୍ୟା ମଧ୍ୟରେ ବଡ ସମସ୍ୟା ହେଇ ଉଭା ହୋଇଛି ଦେଶର ମୁଖ୍ୟ ରାଷ୍ଟ୍ରପତିଙ୍କ ବିରୋଧରେ ସ୍ୱର ଉତ୍ତଳନ ଓ ବିରୋଧ ପ୍ରଦର୍ଶନ । ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନରେ ଖୁବ ମଜା ଉଠାଉଛନ୍ତି । ଯାହାର ଚିତ୍ର ଦେଖିଲେ ଆପଣ କହିବେ କଣ ହେଲାଣି ଏ ଦେଶର ପରିସ୍ଥିତି । ଏସବୁ ଚିତ୍ର ମଧ୍ୟରେ ରାଷ୍ଟ୍ରପତି ଭବନ ଠାରୁ ନେଇ ସ୍ୱିମିଙ୍ଗ ପୁଲ ଯାଏଁ ମଜା ନେଉଛନ୍ତି ପ୍ରଦର୍ଶନକାରୀ ଯ ଯାହା ବେଶ ନିନ୍ଦାଜନକ ପରିସ୍ଥିତି ସୃଷ୍ଟିକରିଛି । ବଡକଥା ବର୍ତ୍ତମାନ ଏଇଆ କି ଏଭଳି ପରିସ୍ଥିତିରେ ପ୍ରେସିଡେଣ୍ଟ ହାଉସରେ ପ୍ରଦର୍ଶନକାରୀଙ୍କୁ କୋଟି କୋଟିର ସମ୍ପଦ ମିଳିଛି । ଯାହାକୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ଏପଟେ ଏଭଳି ପରିସ୍ଥିତିରେ ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ଭାରତ ପ୍ରତିବଦ୍ଧତା ଦେଖାଇଛି । ବିଦେଶ ମନ୍ତ୍ରୀ ଏସ ଜୟସଙ୍କର ରବିବାର ଶ୍ରୀଲଙ୍କାକୁ ଆର୍ଥିକ ସାହାଯ୍ୟର ହାତ ବଢାଇଛନ୍ତି । ଶ୍ରୀଲଙ୍କାକୁ ୩.୮ଅରବ ଆମେରିକା ଡଲାର ସାହାଯ୍ୟର ହାତ ବଢାଇଛି । ଜୟ ସଙ୍କାର କହିଛନ୍ତି କି ଭାରତ ସରକାର ସବୁ ସମୟରେ ଶ୍ରୀଲଙ୍କାର ସମର୍ଥନ କରିଛି ଓ ସବୁବେଳେ ନିଜ ପଡୋସୀ ଦେଶକୁ ସାହାଯ୍ୟ କରିବାର ଚେଷ୍ଠା କରିଥାଏ ।

ବିଦେଶ ମନ୍ତ୍ରୀ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ପଡୋଶୀଙ୍କ ଆବଶ୍ୟକତାକୁ ପୂରା କରିବାକୁ ସେମାନଙ୍କୁ ସାହାଯ୍ୟ କରିବାକୁ ବିଶେଷ ପ୍ରୟାସ କରିଥାନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତି ଆମେ ଶ୍ରୀଲଙ୍କାକୁ ଲାଇନ ଅଫ କଣ୍ଟ୍ରୋଲ ଦେଇଛନ୍ତି । ଯାହାଫଳରେ ଅନେକ ଦିନରୁ ଭାରତରୁ ଆବଶ୍ୟକ ଜିନିଷ ପଠାଯାଇଥାଏ । ଭାରତ ଇନ୍ଧନ କିଣିବାକୁ ବି ଲାଇନ ଅଫ କ୍ରେଡିଟ ଦେଇଚି ।

ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚ ଆୟୋଗ ସେହି ଖବରକୁ ଖାରିଜ କରିଛନ୍ତି । ଯେଉଁତିରେ କୁହାଯାଇଛି କି ଭାରତ କଲମ୍ବୋରେ ସ୍ତିତି କାବୁ କରିବା ପାଇଁ ନିଜ ସୈନିକଙ୍କୁ ପଠାଇଚି । ଉଚ୍ଚ ଆୟୋଗ କହିଛନ୍ତି କି ମିଡିଆ ଓ ସୋସିଆଲ ମିଡିଆରେ ମିଛ ଖବର ଦେଖାଯାଉଛି । ଏହି ରିପୋର୍ଟ ଏବଂ ଏଭଳି ବିଚାର ମଧ୍ୟ ଭାରତ ସରକାରଙ୍କ ଅନୁରୂପ ନୁହେଁ ।

ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନରେ ୧.୭କୋଟି କେଶ ମିଳିବାର ଦାବି କରାଯାଇଛି । ପ୍ରଦର୍ଶନକାରୀ ମାନେ ତାହାକୁ ପୋଲିସ ଜିମାରେ ଦେଇଛନ୍ତି । ପୋଲିସ ଏକଥା ମଧ୍ୟ କହିଛି କି ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନରୁ ଟଙ୍କାରେ ଭରା ବ୍ୟାଗ ଦେଇଛନ୍ତି । କହିରଖୁଛି କି ଶନିବାର ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନକୁ କବଜା କରିଥିଲେ ।

ରାଷ୍ଟ୍ପ୍ଯପତି ଭବନ କବଜା କରିବା ପରେ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ଆବାସ ଉପରେ ବି କବଜା କରିଛନ୍ତି । ସେହିଭଳି ଭାବେ ଲୋକେ ପ୍ରଧାନମନ୍ତ୍ରୀ ଆବାସରେ ରୋଷେଇ କରିବା ସହ ଖେଳକୁଦ ବି କରୁଥିବା ଜଣାପଡିଛି । ଏଭଳି ମସ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଶରେ ସ୍ଥିତି ବର୍ତ୍ତମାନ ବେକାବୁ । ଇନ୍ଧନ ସମସ୍ୟା ଉପୁଜିବାରୁ ଅନେକ ଅଞ୍ଚଳରେ ଏବେ ଆମ୍ବୁଲାନ୍ସ ସେବାକୁ ବି ବନ୍ଦ କରିଦିଆଯାଇଚି । ଶ୍ରୀଲଙ୍କାରେ ହାଲାତ ବହୁତ ହି ଖରାପ ହେବାରେ ଲାଗିଛି ।

ଏସବୁ ଭିତରେ ରାଷ୍ଟପତି ଭବନରେ ଏକ ସିକ୍ରେଟ ବଙ୍କର ସାମନାକୁ ଆସିଛି । ଯେଉଁ ବଙ୍କରଟି ଅଣ୍ଡରଗ୍ରାଉଣ୍ଡ ଥିଲା । ଏବଂ ଏହା ପୁରା ସିକ୍ରେଟ ହୋଇ ରହିଥିଲା ଅରର୍ଥାତ ଲୁଚାଣିଆ ଭାବରେ ରହିଥିଲା । ଏହି ବଙ୍କର ୟାଏଁ ପହଞ୍ଚିବା ପାଇଁ ଏକ ଲିଫ୍ଟ ରହିଥିଲା । ଯାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କରୁଛି କି ରାଜପଶ୍ରେ ସେହି ବଙ୍କର ଦେଇ ପଳାୟନ କରିଛନ୍ତି କି ।

ଅନେୟପଟେ ଶ୍ରୀଲଙ୍କାରେ ଅରବ ଅରବ ଡଲାର ନିବେଶ କରିଥିବା ଚିନ ଦ୍ୱୀପଦେଶରେ ଥିବା ତାର ନାଗରିକଙ୍କୁ କୌଣସି ବି ପରିସ୍ଥିରେ ବିରୋଧ ପ୍ରଦର୍ଶନ ନକରିବାକୁ ଚେତାବନୀ ଦେଇଚି । ଏବଂ ସ୍ଥିତି ଉପରେ ନଜର ରଖିଛି । କିନ୍ତୁ ସରକାର ବିରୋଧୀ ପ୍ରଦର୍ଶନକାରୀ ଏଭଳି ସ୍ଥିତି ଲଗାତାର ଘଟାଇଚାଲିଛନ୍ତି । ଆଉ ପେରି ପରିସ୍ଥିତିରେ ଶ୍ରୀଲଙ୍କାର ସେନା ପ୍ରମୁଖ ଜେନେରାଲ ଶୌବେନ୍ଦ୍ର ସିଲ୍ଭା ଦେଶର ନାଗରିକଙ୍କୁ ଶାନ୍ତି ବନାଇରଖିବାକୁ ଅପିଲ କରିବା ସହ କହିଛନ୍ତି କି ଏଭଳି ସଙ୍କଟର ସମାଧାନ ଶାନ୍ତିପୂର୍ଣ୍ଣ ହେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.